Categories: ଜାତୀୟ

ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ…

ନୂଆଦିଲ୍ଲୀ,୨୬।୧୨ : ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ତ୍ତମାନ ଦେଶରେ ରହିବା କଷ୍ଟସାଧ୍ୟ ହୋଇପଡିଛି ବୋଲି ଆରଜେଡି ନେତା ଅବଦୁଲ ବାରି ସିଦ୍ଦିକିଙ୍କ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ସମସ୍ତ ସମ୍ପ୍ରଦାୟର ଲୋକ ସୁରକ୍ଷିତ ଅଛନ୍ତି।

ଅବଦୁଲ ବାରି ସିଦ୍ଦିକିଙ୍କ ବିବୃତ୍ତି ଯୋଗୁଁ ବିବାଦ ଆରମ୍ଭ ହୋଇଛି। ବିହାରର ପୂର୍ବତନ ମନ୍ତ୍ରୀ ସିଦ୍ଦିକି ଦେଶରେ ମୁସଲମାନମାନଙ୍କ ସୁରକ୍ଷାକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇ କହିଥିଲେ ଯେ ଦେଶ ମୁସଲମାନମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି। ଦେଶର ମୁସଲମାନମାନଙ୍କ ପାଇଁ ପରିବେଶ ଖରାପ, ତେଣୁ ମୁଁ ବିଦେଶରେ ପଢୁଥିବା ପିଲାମାନଙ୍କୁ ଦେଶକୁ ନ ଫେରିବାକୁ ପରାମର୍ଶ ଦେଇଛି। ବିହାରରେ ଏକ କାର୍ଯ୍ୟକ୍ରମ ସମୟରେ ସେ ଏହି ବିବୃତ୍ତି ଦେଇଥିଲେ।

Share