ଭାରତକୁ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଶୀଘ୍ର ପଠାଇବ ରୁଷିଆ, ୟୁକ୍ରେନ ଯୁଦ୍ଧ କାରଣରୁ ବିଳମ୍ବ ହେବା ନେଇ ଥିଲା ଆଶଙ୍କା

ମସ୍କୋ,୧୪।୮: ରୁଷିଆ ସୋମବାର ଦିନ କହିଛି ଯେ, ସେ ଭାରତକୁ ନିର୍ଦ୍ଧାରିତ ସମୟାନୁସାରେ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଯୋଗାଇଦେବ। ୟୁକ୍ରେନ ଯୁଦ୍ଧ କାରଣରୁ ଯୋଗାଣରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିବା ପରେ ରୁଷିଆର ଅଧିକାରୀଙ୍କଠାରୁ ଏହି ମନ୍ତବ୍ୟ ଆସିଛି।

ଭାରତ ହେଉଛି ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ। ଏହାର ଅସ୍ତ୍ରଗୁଡିକ ପାରମ୍ପାରିକ ଭାବରେ ରୁଷିଆର ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ। ସାମରିକ-ବୈଷୟିକ ସହଯୋଗ ପାଇଁ ରୁଷିଆର ସଂଘୀୟ ସେବା ମୁଖ୍ୟ ଦିମିତ୍ରୀ ଶୁଗାଏବ କହିଛନ୍ତି ଯେ, ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଭାରତକୁ ନିର୍ଦ୍ଧାରିତ ସମୟାନୁସାରେ ମିଳିଯିବ। ଭାରତ ୨୦୧୮ରେ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ୫.୪ ବିଲିୟନ ଡଲାରରେ କିଣିଥିଲା। ସେଥିମଧ୍ୟରୁ ତିନୋଟି ଯୋଗାଇ ଦିଆଯାଇଥିବାବେଳେ ଦୁଇଟି ଏ ପର୍ଯ୍ୟନ୍ତ ଦିଆଯାଇନାହିଁ।

Share