ବ୍ରିକ୍ସରେ ସାଉଦି ଆରବ ସମେତ ୬ ଦେଶକୁ ମିଳିଲା ଏଣ୍ଟ୍ରି, ମୋଦି-ଜିନପିଙ୍ଗ୍‌ଙ୍କ ଉପସ୍ଥିତିରେ ହେଲା ଘୋଷଣା

ଜୋହାନ୍ସବର୍ଗ,୨୪।୮: ବ୍ରିକ୍ସରେ ୬ଟି ନୂତନ ଦେଶ ଯୋଗଦେବେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ନୂତନ ସଦସ୍ୟଙ୍କ ଯୋଗଦାନ ବିଷୟରେ ଘୋଷଣା କରିଛନ୍ତି। ଯେଉଁ ସଦସ୍ୟମାନେ ଯୋଗଦେବେ ସେମାନଙ୍କ ମଧ୍ୟରେ ମିଶର, ସାଉଦି ଆରବ, ୟୁଏଇ, ଇଥିଓପିଆ, ଆର୍ଜେଣ୍ଟିନା ଏବଂ ଇରାନ। ଜାନୁୟାରୀ ୨୦୨୪ରୁ ସମସ୍ତେ ସରକାରୀ ସଦସ୍ୟ ହେବେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବ୍ରିକ୍ସ ବିସ୍ତାର ପାଇଁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ମୁଁ ନିଶ୍ଚିତ ଯେ ସମୂହର ନୂତନ ସଦସ୍ୟ ଦେଶମାନଙ୍କ ସହିତ କାର୍ଯ୍ୟ କରି ଆମେ ବ୍ରିକ୍ସକୁ ନୂତନ ଗତିଶୀଳତା ପ୍ରଦାନ କରିବାକୁ ସମର୍ଥ ହେବୁ।

Share