ପ୍ରବଳ ବର୍ଷା ଯୋଗୁ ବିଗିଡିଲା ଦେଶର ଅବସ୍ଥା, ହଜାରେ ଲୋକ ପ୍ରଭାବିତ, ଅନେକଙ୍କର ଯାଇଛି ଜୀବନ

ସିଓଲ,୧୫।୭: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ସେମାନଙ୍କର ଘର ଏବଂ ସମ୍ପତ୍ତି ହରାଇଛନ୍ତି। ଅଧିକାରୀ କହିଛନ୍ତି, ଶନିବାର ଦକ୍ଷିଣ କୋରିଆରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ନିଖୋଜ ଅଛନ୍ତି ଏବଂ ୭ଜଣ ଆହତ ହୋଇଛନ୍ତି।

ତୃତୀୟ ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁ ୍‌ ଅନେକ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଘଟି ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଆଭ୍ୟନ୍ତରୀଣ ଏବଂ ସୁରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ପୂର୍ବାହ୍ନ ୧୧ଟା ସୁଦ୍ଧା ସମଗ୍ର ଦେଶରେ ୧,୫୬୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ସ୍ଥାନୀୟ ସରକାରଙ୍କ ତରଫରୁ ନିର୍ଦେଶନାମା ଅନୁଯାୟୀ ବିଭିନ୍ନ ସମୟରେ ୭,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

 

Share