ବାହାର ଶ୍ରମିକଙ୍କୁ ରାଜଧାନୀ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ପଦକ୍ଷେପ ନିଆଯାଇଛି। ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରୁ ହଟସ୍ପଟ ଅଞ୍ଚଳରୁ ମଧ୍ୟ ଶ୍ରମିକ ଆଣିବାକୁ ବାରଣ କରିଛି ବିଏମ୍‌ସି। ଏଯାବତ ୩୪ ଜଣ ବାହାର ରାଜ୍ୟ ଶ୍ରମିକ ପଜିଟିଭ ଚିହ୍ନଟ ହୋଇଛନ୍ତି।

Share