Categories: ଜାତୀୟ

ଟିଏମ୍‌ସିରେ ଯୋଗଦେଲେ ଟେନିସ୍‌ ଷ୍ଟାର୍‌

ନୂଆଦିଲ୍ଲୀ,୨୯।୧୦: ଟିଏମ୍‌ସିରେ ବିଭିନ୍ନ  ବ୍ୟକ୍ତି ବିଶେଷ ଯୋଗ ଦେବାରେ ଲାଗିଲେଣି। ଅଭିନେତ୍ରୀ ନଫିସା ଅଲ୍ଲୀଙ୍କ ପରେ ଏବେ ପୂର୍ବତନ ଭାରତୀୟ ଟେନିସ୍‌ ଚାମ୍ପିଆନ୍‌ ଲିଆଣ୍ଡର ପେସ୍‌ ଯୋଗ ଦେଇଛନ୍ତି। ସେ ଟିଏମ୍‌ସିରୁ ନିଜର ରାଜନୈତିକ କ୍ୟାରିଅର ଗଢ଼ିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ନିଜର ସାନ ଭାଇ ବୋଲି କହିଛନ୍ତି। ସେ ଏ ନେଇ ବହୁତ ଖୁସି ମଧ୍ୟ ଅଛନ୍ତି।
୨୦୨୨ ମତଦାନ ପୂର୍ବରୁ ଭାଜପା ଶାସିତ ରାଜ୍ୟରେ ଭୋଟରମାନଙ୍କର ମନୋଭାବ ଜାଣିବା ପାଇଁ ତାଙ୍କ ଗସ୍ତର କାରଣ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତିନିଦିନିଆ ଗସ୍ତରେ ଥିବା ମମତା ଶନିବାର ଏକ ଖବରଦାତା ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ବହୁମତ ବିଜୟ ପରେ ଦଳ ଏବେ ଜାତୀୟ ସ୍ତରରେ ପାଦ ରଖିବାକୁ ଚେଷ୍ଟା କରୁଛି। ଦଳ ଗୋଆ ଏବଂ ତ୍ରିପୁରାରେ ବିଧାନସଭା ପାଇଁ ପ୍ରଚାର ଜୋରଦାର କରୁଛି।

Share