ଉଡାଣ ପୁର୍ବରୁ କାଠମାଣ୍ଡୁ-ଦିଲ୍ଲୀ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି

କାଠମାଣ୍ଡୁ,୧୬।୮: ଏୟାର ଇଣ୍ଡିଆର କାଠମାଣ୍ଡୁ-ଦିଲ୍ଲୀ ବିମାନ ମଙ୍ଗଳବାର କାଠମାଣ୍ଡୁ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁବାସ ଝା କହିଛନ୍ତି ଯେ, ଉଡାଣ ଭରିବାକୁ ଥିବା ବିମାନର ଲ୍ୟାଡିଙ୍ଗ୍‌ ଗିଅରରେ କିଛି ତ୍ରୁଟି ଦେଖାଯାଇଥିଲା। ଏୟାର ଇଣ୍ଡିଆ ଫ୍ଲାଇଟ -୨୧୬ କାଠମାଣ୍ଡୁ ବିମାନବନ୍ଦରରୁ ସକାଳ ୪.୧୦ରେ ଉଡାଣ ଭରିବାକୁ ପ୍ରସ୍ତୁତ ଥିଲା। ସୂଚନାlଯୋଗ୍ୟ, ବିମାନରେ ୧୭୯ ଯାତ୍ରୀ ଥିଲେ।

Share