୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୮ ବର୍ଷ ଜେଲ

ବ୍ୟାଙ୍କକ୍‌,୨୨।୮: ୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାବତ୍ରାଙ୍କୁ
୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଦୀର୍ଘ ବର୍ଷ ବିଦେଶରେ ଆତ୍ମ-ନିର୍ବାସନ ପରେ ମଙ୍ଗଳବାର ମଙ୍ଗଳବାର ସକାଳ ୯ଟାରେ ବ୍ୟାଙ୍କକ୍‌ର ଡନ ମଏଙ୍ଗ ବିମାନବନ୍ଦରରେ ପହଞ୍ଚିଥିଲେ।

କ୍ଷମତାର ଅପବ୍ୟବହାର ଏବଂ ଅପବ୍ୟବହାରର ଭିନ୍ନ ଭିନ୍ନ ମାମଲାର ଅଭିଯୋଗରେ ସୁପ୍ରିମକୋର୍ଟ ଥକସିନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ବ୍ୟତୀତ ସେ ଅବୈଧ ରୂପରେ ଏକ ସରକାରୀ ବ୍ୟାଙ୍କକୁ ବିଦେଶୀ ଋଣ ପ୍ରଦାନ କରିବାକୁ ଆଦେଶ ଦେବା ଏବଂ ନିଜ ଦ୍ୱାରା ନାମାଙ୍କିତ କରାଯାଇଥିବା ଲୋକଙ୍କ ମାଧ୍ୟମରେ ବେଆଇନ ଭାବେ ଶେୟାର ରଖିଛନ୍ତି। ମଙ୍ଗଳବାର ଦେଶକୁ ଫେରିବା ମାତ୍ରେ ଥାକସିଙ୍କେୁ ପ୍ରଥମେ ସୁପ୍ରିମକୋର୍ଟରେ ହାଜର କରାଯାଇଥିଲା।

 

 

Share