ସୋସିଆଲ ମିଡିଆରେ ଏବେ ମହିଳା ରହିବେ ସୁରକ୍ଷିତ, ପ୍ରତିଶ୍ରୁତି ଦେଲେ…

ପ୍ୟାରିସ୍‌,୨ା୭: ଟୁଇଟର, ଗୁଗଲ୍‌, ଫେସବୁକ୍‌ ଏବଂ ଟିକ୍‌ଟକ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକ ଅନ୍‌ଲାଇନ୍‌ ଅପରାଧକୁ ଦୂର କରିବା ସହିତ ଡିଜିଟାଲ ପ୍ଲାଟ୍‌ଫର୍ମରେ ମହିଳାଙ୍କ ସୁରକ୍ଷା ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ଫାଉଣ୍ଡେଶନ (WWWF) ସହିତ ଯୋଗାଯୋଗ କରିବା ପରେ ହିଁ ଏହି କମ୍ପାନୀଗୁଡିକ ଏହି ସୂଚନା ଦେଇଛନ୍ତି। ଗୁରୁବାର ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛି ଯେ, ଅନ୍‌ଲାଇନ ଲିଙ୍ଗ ଭିତ୍ତିକ ହିଂସା ଏବଂ ଅପରାଧ ଉପରେ ଆମର ବୈଠକ ବେଳେ କୁହାଯାଇଛି ଯେ, ମହିଳାମାନଙ୍କ ପୋଷ୍ଟରେ ଯଦି କେହି ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି ତାହା ନିୟନ୍ତ୍ରଣ କରିବାର ଅଧିକାର ମହିଳାମାନଙ୍କ ପାଖରେ ରହିବା ଉଚିତ୍‌।

ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ଫାଉଣ୍ଡେଶନ କହିଛି, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ ହେବା କମ୍ପାନୀଗୁଡ଼ିକ ଦ୍ୱାରା ନିଶ୍ଚିତ ହେବ। ଓ୍ବେବ୍‌ ଫାଉଣ୍ଡେଶନ ଏହା ମଧ୍ୟ କହିଛି ଯେ, ପ୍ରତିବର୍ଷ ଏହା କମ୍ପାନୀଗୁଡ଼ିକ ଦ୍ୱାରା ପ୍ରାପ୍ତ ପ୍ରତିଶ୍ରୁତି ଉପରେ ରିପୋର୍ଟ କରିବ।

ଓ୍ବେବ୍‌ ଫାଉଣ୍ଡେଶନର ସିନିୟର ପଲିସି ମ୍ୟାନେଜର ଆଜମିନା ଧ୍ରୋଡିଆ କହିଛନ୍ତି, ମହିଳାମାନେ ଆପତ୍ତିଜନକ ମନ୍ତବ୍ୟ କିମ୍ବା ଏହିପରି ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିପୋର୍ଟିଂ ସିଷ୍ଟମକୁ ପୁନଃ ବିଚାର କରିବାକୁ ବାରମ୍ବାର ଜିଦ୍‌ ଧରିଛନ୍ତି। ପ୍ୟାରିସରେ ମିଳିତ ଜାତିସଂଘ ଜେନେରେସନ ସମାନତା ଫୋରମରେ ଟେକ୍‌ କମ୍ପାନୀଗୁଡିକ ଗୁରୁବାର ଏହି ପ୍ରତିଶ୍ରୁତି ଦେଇଛନ୍ତି। ଟିକ୍‌ଟକ୍‌ ଆମେରିକାର ନୀତି ନିର୍ଦ୍ଦେଶକ ତର ଓ୍ବାଡ୍‌ଓ୍ବା କହିଛନ୍ତି, ଆସନ୍ତା ମାସରେ ଆମେ ଆମର ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ପରୀକ୍ଷା କରିବୁ ଏବଂ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବୁ। ଏହା ବ୍ୟତୀତ ଆମେ ମହିଳାମାନଙ୍କ ପାଇଁ ଟିକ୍‌ଟକ୍‌କୁ ସୁରକ୍ଷିତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ମେଲୋନିଙ୍କ ଉପରେ ରୋମ ବିଚାରିପତିଙ୍କ ନିଷ୍ପତ୍ତିକୁ ନେଇ ଏଲନ ମସ୍କଙ୍କ ବିବୃତ୍ତି, ରାଗିଗଲେ ରାଷ୍ଟ୍ରପତି, କହିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରେ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ କରିଛନ୍ତି। ଏହି ସମୟରେ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଏମିତି କାମ କରିବେ ଡୋନାଲ୍ଡ ଟ୍ରମ୍ପ, ଯାହା ପୂର୍ବରୁ କେହି କରି ନ ଥିଲେ

ଓ୍ବାଶିଂଟନ୍‌,୧୪।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଉତ୍ସାହରେ ଅଛନ୍ତି। ସେ ତାଙ୍କ ନୂତନ ସରକାର ପାଇଁ ଦଳ ବାଛିବାରେ ବ୍ୟସ୍ତ...

ଆମେରିକାରେ ମହିଳା କିଣୁଛନ୍ତି ଅଧିକ ଗର୍ଭ ନିରୋଧକ ବଟିକା, କମୁଛି ଷ୍ଟକ୍‌, କାରଣ ଜାଣିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନଠାରୁ ଆରମ୍ଭ କରି ତାଙ୍କ ନିର୍ବାଚନ ବିଜୟ ପର୍ଯ୍ୟନ୍ତ ଅନେକ...

ଟ୍ରମ୍ପଙ୍କ ଟିମ୍‌ରେ ହିନ୍ଦୁ ନେତାଙ୍କ ଏଣ୍ଟ୍ରି, ଟେନଶନରେ ଚାଇନା!

ଓ୍ବାଶିଂଟନ୍‌,୧୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ପ୍ରିନ୍ସ ଓ୍ବିଲିୟମ୍‌ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ

ଲଣ୍ଡନ, ୧୪।୧୧: ବ୍ରିଟେନ୍‌ ଯୁବରାଜ ଓ୍ବିଲିୟମ(୪୨)ଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି। ସର୍ଚ୍ଚ ମାର୍କେଟିଂ ଏଜେନ୍ସି ‘ରିବୁଟ’ ପକ୍ଷରୁ...

ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେଙ୍କୁ ‘ବୁକର’

ଲଣ୍ଡନ୍‌,୧୪ା୧୧: ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେ ଚଳିତ ବର୍ଷର ସମ୍ମାନଜନକ ବୁକର ପୁରସ୍କାର ପାଇଛନ୍ତି। ସାମନ୍ଥା ତାଙ୍କର ମହତ୍ତ୍ୱାକାଂକ୍ଷୀ ତଥା ସୁନ୍ଦର ଉପନ୍ୟାସ ‘ଅର୍ବିଟାଲ’ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri