ଉଗାଣ୍ଡା ସ୍କୁଲରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳିରେ ଅତିକମରେ ୪୧ ମୃତ

କାମ୍ପାଲା,୧୭।୬: ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୧୬ ଜୁନ ବିଳମ୍ବିତ ରାତିରେ ଘଟିଛି।
ଉଗାଣ୍ଡା ପୋଲିସ ଫୋର୍ସର ସୂଚନା ଅନୁଯାୟୀ, ଉଗାଣ୍ଡାର ପଶ୍ଚିମରେ ଥିବା ମପୈଡବେରେ ଲୁବିରିରା ସେକେଣ୍ଡାରୀ ସ୍କୁଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରଥମେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ହେଲେ ଏବେ ଏହା ବୃଦ୍ଧି ହୋଇ ୪୧ରେ ପହଞ୍ଚିଛି।

ପୋଲିସ କହିଛି ଯେ ପୂର୍ବ କଙ୍ଗୋରେ ଅବସ୍ଥିତ ଉଗାଣ୍ଡା ଗୋଷ୍ଠୀ ଆଲିଏଡ ଡେମୋକ୍ରାଟିକ ଫୋର୍ସ (ଏଡିଏଫ) ର ସଦସ୍ୟମାନେ ୧୬ଜୁନ ବିଳମ୍ବିତ ରାତିରେ ମପୈଡବେରେ ସ୍ଥିତ ଲୁବିରିରା ସେକେଣ୍ଡାରି ସ୍କୁଲ ଉପରେ ଆକ୍ରମଣ କରିଥିଲେ। ଏହା ବ୍ୟତୀତ ହଷ୍ଟେଲରେ ନିଆଁ ଲାଗାଇ ଖାଦ୍ୟ ମଧ୍ୟ ଲୁଟି ନେଇଥିଲେ। ଟୁଇଟରରେ ଏହି ସୂଚନା ଦେଇ ଉଗାଣ୍ଡା ପୋଲିସ କହିଛି ଯେ ବର୍ତ୍ତମାନ ସୁଦ୍ଧା ସ୍କୁଲରୁ ୨୫ଟି ମୃତଦେହ ଉଦ୍ଧାର କରାଯାଇ ବାୱେରା ଡାକ୍ତରଖାନାକୁ ପଠାଯାଇଛି। ବାୱେରା ଡାକ୍ତରଖାନାରେ ଆଠ ଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

Share