କ୍ରିମିୟା ବ୍ରିଜ ଘଟଣାକୁ ନେଇ ଦେଶର ସେନାଙ୍କୁ ଦାୟୀ କଲା ୟୁକ୍ରେନ ମିଡିଆ

କ୍ୱିଭ,୧୭।୭: ନାମ ନ ଥିବା ତିନୋଟି ୟୁକ୍ରେନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କ୍ରିମିୟା ବ୍ରିଜରେ ସୋମବାର ଘଟିଥିବା ଘଟଣାରେ ୟୁକ୍ରେନର ଘରୋଇ ସୁରକ୍ଷା ଏଜେନ୍ସି ଏବଂ ନୌସେନା ରହିଛି। ଏଥିସହ ଏହା ଉପରେ ଆକ୍ରମଣ କରିବାକୁ ସେମାନେ ସାମୁଦ୍ରିକ ଡ୍ରୋନ ବ୍ୟବହାର କରିଥିବା କୁହାଯାଇଛି।

ଏବେ ପର୍ଯ୍ୟନ୍ତ ୟୁକ୍ରେନ ସରକାର ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ଏବଂ ୟୁକ୍ରେନ ସିକ୍ୟୁରିଟି ସର୍ଭିସ (ଏସବିୟୁ) ଏବଂ କୌସେନା ଏଥିରେ ସମ୍ପୃକ୍ତ କି ନାହିଁ ତାହା କହିବାକୁ ମନା କରିଦେଇଥିଲେ। ତେବେ ୟୁକ୍ରେନର କେତେଜଣ ଅଧିକାରୀ ଏହି ସେତୁକୁ ଏକ ବୈଧ ସାମରିକ ଲକ୍ଷ୍ୟ ବୋଲି ବର୍ଣ୍ଣନା କରିଛନ୍ତି।
ୟୁକ୍ରେନ ପବ୍ଲିକ ବ୍ରଡକାଷ୍ଟର ସାସପିଲନ, ଅନଲାଇନ ପ୍ରକାଶନ ୟୁକ୍ରେନସ୍କା ପ୍ରାଭଦା ଏବଂ ନ୍ୟୁ ଭଏସ ଅଫ ୟୁକ୍ରେନ ମିଡିଆ ଆଉଟଲେଟ ଏକାଧିକ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ପଛରେ ନୌସେନା ଏବଂ ଏସବିୟୁ ରହିଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ରୁଷିଆ ପକ୍ଷରୁ କୁହାଯାଇଛି।

Share