କଟକ ଅଫିସ, ୧୩।୯: କଟକ ଚୌଦ୍ୱାରସ୍ଥିତ ବୟନଶିଳ୍ପ ଓଟିଏମ୍ ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଅଚଳ ହୋଇ ରହିଥିବା ଓଡ଼ିଶା ଟେକ୍ସଟାଇଲ ମିଲ୍ର ସମ୍ପତ୍ତି କିଣିବାକୁ ଏକ ଘରୋଇ ସଂସ୍ଥା ପ୍ରସ୍ତାବ ଦେଇଛନ୍ତି । ଏହି ସଂସ୍ଥା ଓଟିଏମ୍କୁ ୨୦୦ କୋଟିରେ କିଣିବା ପାଇଁ ପ୍ରସ୍ତାବ ରଖିଛନ୍ତି। ହାଇକୋର୍ଟରେ ମଧ୍ୟ ଉକ୍ତ ସଂସ୍ଥା ଏକ ଇଣ୍ଟରଭେନିଂ ଆପ୍ଲିକେସନ ଦାଖଲ କରିଛି। ଏସଂକ୍ରାନ୍ତରେ ଆସନ୍ତା ଗୁରୁବାର ହାଇକୋର୍ଟରେ ଶୁଣାଣି ହେବ।