ଏଣିକି ବିଳମ୍ବରେ ଫୋନ୍‌କୁ ଆସିବ OTP, ଡିସେମ୍ବର ପହିଲାରୁ ‘ଅପେକ୍ଷାର ଫଳ ମିଠା’ ଭଳି ହେବ ସ୍ଥିତି…

ନୂଆଦିଲ୍ଲୀ,୩୦।୧୧: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ ଉପରେ ପଡ଼ିବ। ଅର୍ଥାତ ଆପଣଙ୍କୁ ନିଜ ଫୋନ୍‌ରେ ମେସେଜ୍‌ ଏବଂ ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ପାଇବାକୁ ବିଳମ୍ବ ହୋଇପାରେ। ନୂଆ ଟ୍ରେସେବିଲିଟି ନିୟମକୁ ସ୍କାମ୍‌, ସ୍ପାମ୍‌ ଏବଂ ଫିଶିଂ ଭଳି ସାଇବର ଅପରାଧକୁ ରୋକିବାକୁ ଏବଂ କମର୍ଶିଆଲ ମେସେଜ୍‌କୁ ଟ୍ରାକ୍‌ କରିବାକୁ ନେଇ ଟ୍ରାଇ ଆଣିଛି।

ଭେରିଫିକେଶନ ଲାଗି ଓଟିପି ଏକ ଜରୁରୀ ଟୁଲ୍‌ରେ ପରିବର୍ତ୍ତିତ ହୋଇଛି। ଏମିତିରେ ଯଦି ଆପଣଙ୍କୁ କୌଣସି ବଡ଼ ଟ୍ରାନ୍ଜାକ୍ସନ କରିବାକୁ ହେବ ତେବେ କୌଣସି ଆପ୍‌ରେ ଲଗ୍‌ଇନ୍‌ କରିବାକୁ ହେବ। କମ୍ପାନୀଗୁଡ଼ିକ ଏଥିଲାଗି ଓଟିପି ମାଗିଥାନ୍ତି। ହେଲେ ଏବେ ଓଟିପି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଜିଓ, ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ବିଏସ୍‌ଏନ୍‌ଏଲ୍‌କୁ ମେସେଜ୍‌ ଟ୍ରେସେବିଲିଟି ଦେବାକୁ କହିଛି। ଅର୍ଥାତ କମ୍ପାନୀଗୁଡ଼ିକ ବ୍ୟବହାରକାରୀଙ୍କୁ ମେସେଜ ପଠାଇବା ପୂର୍ବରୁ ତାହା କେଉଁଠାରୁ ଆସିଛି ତାହା ଯାଞ୍ଚ କରିବାକୁ ହେବ। ଏହାପରେ ବ୍ୟବହାରକାରୀ ମେସେଜ୍‌ ପାଇଯିବେ।

ପୂର୍ବରୁ ଏହି ନିୟମ ଅକ୍ଟୋବର ୩୧ରୁ ଲାଗୁ ହେବାର ଥିଲା। ହେଲେ ସେବା ପ୍ରଦାନକାରୀଙ୍କ ଦାବି ପରେ ଟ୍ରାଇ ଏହାକୁ ନଭେମ୍ବର ୩୦ ଯାଏ ଘୁଞ୍ଚାଇଥିଲା। ଅର୍ଥାତ ଯଦି କମ୍ପାନୀ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ବ୍ୟବହାରକାରୀଙ୍କୁ ଓଟିପି ମିଳିବା ବନ୍ଦ ହୋଇଯିବ ନଚେତ ବିଳମ୍ବ ହେବ।

ଟ୍ରାଇ କହିଛି ଯେ, ଏହି ସୂଚନାକୁ ନେଇ ଦିଆଯାଉଥିବା ତଥ୍ୟ ଭୂଲ। ଟ୍ରାଇ ସେବା ପ୍ରଦାନକାରୀଙ୍କୁ ମେସେଜ ପଠାଉଥିବା ସଂସ୍ଥାର ପରିଚୟ ସୁନିଶ୍ଚିତ କରିବାକୁ ଆଦେଶ ଦେଇଛି। ଏଣୁ ଗ୍ରାହକଙ୍କୁ ବ୍ୟାଙ୍କିଂ ଏବଂ ଇ-କମର୍ଶ ଭଳି ଓଟିପି ଆଧାରିତ ନେଣଦେଣରେ ବିଳମ୍ବ ସ୍ଥିତି ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ଓମାର ଅବଦୁଲ୍ଲା କହିଲେ ଶେଷ କରିଦିଅ

ଶ୍ରୀନଗର,୯।୧: ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି। ଦିଲ୍ଲୀରେ ଫେବୃଆରୀ ୫ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ...

ଫଡ଼ନାଭିସଙ୍କୁ ପୁଣି ଭେଟିଲେ ଆଦିତ୍ୟ ଠାକରେ, ୩୫ ଦିନରେ ୩ ଥର

ମୁମ୍ବାଇ,୯।୧: ଗତ ବର୍ଷ ଡିସେମ୍ବରରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ମହାୟୁତି ସରକାର ଗଠନ ହୋଇଥିଲେ ମଧ୍ୟ, ମହାରାଷ୍ଟ୍ର ରାଜନୀତିରେ ପରିସ୍ଥିତି ଶାନ୍ତ ହୋଇନାହିଁ। ମହାୟୁତି ସରକାରରେ,...

ଯେତେବେଳେ ସାରା ବିଶ୍ୱ ଦେଖାଇଥିଲା ଖଣ୍ଡାର ଶକ୍ତି, ସମ୍ରାଟ ଅଶୋକ ବାଛିଥିଲେ ଶାନ୍ତି, ଜାଣନ୍ତୁ କାହାକୁ ଟାର୍ଗେଟ କଲେ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୯।୧: ଯେତେବେଳେ ଖଣ୍ଡା ବଳରେ ସାରା ବିଶ୍ୱରେ ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ପଥ ବାଛିଥିଲେ… ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଫେରିବ ଶୀଲା ଦିକ୍ଷିତଙ୍କ ‘ସ୍ବର୍ଣ୍ଣିମ ଯୁଗ’, ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୯।୧: ରାଜ୍ୟ ସଭାର ଉପନେତା ଏବଂ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ବୟାନ ଦେଇଛନ୍ତି। ଭାଜପା...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ୍‌, କହିଲେ ତୁମେ ବିଶ୍ୱାସଘାତକତା କରିଛ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯ା୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ରର...

୧,୦୦୦ କିଲୋମିଟର ଦୌଡ଼ିବା ପରେ ଅଯୋଧ୍ୟା ପହଞ୍ଚିଲେ ୬ ବର୍ଷର ବାଳକ

ପଞ୍ଜାବ,୯।୧: ରାମ ଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ପ୍ରଥମ ବାର୍ଷିକୀ ପୂର୍ବରୁ, ଅଯୋଧ୍ୟାରେ କେତେଜଣ ଅସାଧାରାଣ ଆଗନ୍ତୁକ ପହଞ୍ଚିଛନ୍ତିି, ଯେଉଁଥିରେ ଜଣେ ଛଅ ବର୍ଷର ବାଳକ...

‘ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ’

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ...

HMPV କୁ ନେଇ ଆସିଲା ଚମକାଇଲା ଭଳି ତଥ୍ୟ, WHO ଦେଲା ବଡ଼ ବୟାନ!

ନୂଆଦିଲ୍ଲୀ,୯।୧: ସମ୍ପ୍ରତି ହ୍ୟୁମାନ ମେଟାପ୍ନ୍ୟୁମୋଭାଇରସ (HMPV) ସଂକ୍ରମଣର ମାମଲା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ଭୟ କରିବାର କୌଣସି ଆବଶ୍ୟକତା ଅଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri