ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ: ଏସ୍‌ପିଙ୍କୁ ଜଣାଇଲେ ପରିବାର, ଗ୍ରାମବାସୀ

ଜୟପୁର, ୭ା୮ (ପବନ ପାଣିଗ୍ରାହୀ): ଏକ ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ ରହିଥିବା ନେଇ ସୋମବାର କୋରାପୁଟ ଏସ୍‌ପି ଅଭିନବ ସୋନକାରଙ୍କ ନିକଟରେ ଅଭିଯୋଗ ହୋଇଛି। କୋଟପାଡ ଥାନା ଯମୁନାଗୁଡା ଗ୍ରାମବାସୀ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏସ୍‌ପି ଅଭିଯୋଗ ଶୁଣାଣି ବେଳେ ତାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ା ଗତ ୧୩ା୭ା୨୩ରେ ଗ୍ରାମର ଶିବରାମ ମାଝୀଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମୃତଦେହକୁ ଜମି ଭିତରେ ଅଭିଯୁକ୍ତମାନେ ପୋତି ଦେଇଥିଲେ। ଶିବରାମଙ୍କ ବାପା ଗୁରୁ ମାଝୀ ଘଟଣା ନେଇ କୋଟପାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗ୍ରାମବାସୀ ଓ ପରିବାର ଲୋକେ ବାରମ୍ବାର କୋଟପାଡ ଥାନାକୁ ଯାଇ ମଧ୍ୟ ନ୍ୟାୟ ମିଳିଲା ନାହିଁ କି ମାମଲାର ଠିକ୍‌ ତଦନ୍ତ ହୋଇପାରିଲା ନାହିଁ ା ଶେଷରେ ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ମାମଲାକୁ ଗୁରୁତର ସହ ନେଇ ଶିବରାମଙ୍କ ପରିବାରକୁ ଏସ୍‌ପି ନ୍ୟାୟ ଦେବାକୁ ଅନୁରୋଧ କରାଯାଇଛି ା ଏସ୍‌ପି ସୋନକାର ଏହାର ଠିକ୍‌ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା

Share