Categories: ବାଣିଜ୍ୟ

ଓଟିସ୍‌ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓଟିସ୍‌ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ ‘ଜେନ୍‌ ୩ଟିମ୍‌ ନୋଭା ରେଞ୍ଜର ଅନଲାଇନ ଅର୍ଡର ବୁକିଂ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଘରୋଇ ବଜାରର କୋଠାବାଡି ମାଲିକ ଓ ଫାସିଲିଟି ମ୍ୟାନେଜରମାନେ ଓଟିସ୍‌ ଇଣ୍ଡିଆର ଜେନ୍‌୩ ନୋଭା ଏଲିଭେଟର (ଲିଫ୍ଟ)କୁ କମ୍ପାନୀର ଅନଲାଇନ ପ୍ଲାଟଫର୍ମରେ କିଣିପାରିବେ। କମ୍ପାନୀର ଇ-କମର୍ସ ପୋର୍ଟାଲ ଓଟିସ.କମ୍‌ରେ ମଧ୍ୟ ଉକ୍ତ ଊତ୍ପାଦ ଉପଲବ୍ଧ, ଉକ୍ତ ପୋର୍ଟାଲ ପ୍ରଥମେ ଏଲିଭେଟରର ଜେନ୍‌୨ ପ୍ରାଇମ୍‌ ରେଞ୍ଜ ଦ୍ୱାରା ୨୦୨୧ରେ ଲଞ୍ଚ ହୋଇଥିଲା ଏବଂ ଏହାର ସୁବିଧା ଓ ପାରଦର୍ଶିତା ଯୋଗୁ ଏହା ଶୀଘ୍ର ଗ୍ରାହକମାନଙ୍କ ଦ୍ୱାରା ନିକଟତର ହୋଇଥିଲା। ବର୍ତ୍ତମାନ ଜେନ୍‌୩ ନୋଭା ରେଞ୍ଜ ପ୍ରତ୍ୟକ୍ଷ ବିକ୍ରି ପାଇଁ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଓଟିସ୍‌ ଇଣ୍ଡିଆର ପ୍ରେସିଡେଣ୍ଟ ସେବି ଯୋଶେଫ କହିଥିଲେ,ଏଲିଭେଟରର ପ୍ରତ୍ୟକ୍ଷ ବିକ୍ରି ପାଇଁ ଆମର ଇ-କମର୍ସ ପୋର୍ଟାଲରେ ଜେନ୩ ନୋଭା ରେଞ୍ଜର ଯୋଗ କରି ଆମେ ବେଶ ଉତ୍ସାହିତ ଅଛୁ।

Share