ନେଟଫ୍ଲିକ୍ସ ଜାରି କଲା ଚଳିତ ବର୍ଷର ଟପ୍‌ ଟ୍ରେଣ୍ଡିଙ୍ଗ ଫିଲ୍ମ ଲିଷ୍ଟ: ଲୋକପ୍ରିୟ ହୋଇଛି ଏହି ୯ଟି ଫିଲ୍ମ

ମୁମ୍ବାଇ: ବର୍ଷ ସରବାକୁ ବସିଛି। ଅନେକ ନୂଆ, ପୁରୁଣାର ସତେଜ ସ୍ମୃତି ନେଇ ବିଦାୟ ନେଉଛି ୨୦୨୩। ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ସହ ଓ୍ବେବ ସିରିଜ ମଧ୍ୟ ଭେଟି ଦେଇଛି। ଏହାରି ଭିତରେ ନେଟଫ୍ଲିକ୍ସ ଟପ୍‌ ୧୦୦୦ଟ୍ରେଣ୍ଡିଙ୍ଗ ଫିଲ୍ମର ଲିଷ୍ଟ ଜାରି କରିଛି। ଏହି ଲିଷ୍ଟରେ ଥିବା ଫିଲ୍ମକୁ ପୁରା ବିଶ୍ୱର ଲୋକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି ତାଲିକାରେ କେବଳ ହିନ୍ଦୀ ଫିଲ୍ମ ଓ ଓ୍ବେବ ସିରିଜ ନିଜ ସ୍ଥାନ ଦଖଲ କରିଛନ୍ତି। ଟପ୍‌ ୪୦୦ତାଲିକାରେ କେବଳ ଗୋଟିଏ ଓ୍ବେବ ସିରିଜ ସ୍ଥାନ ପାଇଛି। ଏହି ଓ୍ବେବ ସିରିଜ ହେଉଛି ‘ରାଣା ନାଇଡୁ’।

ବିଶ୍ୱରେ ଏହି ଓ୍ବେବ ସିରିଜକୁ ମିଶାଇ ଆଉ ୮ଟି ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି। ୟାମି ଗୌତମ ଓ ସନି କୌଶଲଙ୍କ ଫିଲ୍ମ ‘ଚୌର ନିକଲ କେ ଭାଗା’ ଯାହା ୪୦୧ସ୍ଥାନରେ ରହିଛି। ସେହିପରି ସିର୍ଦ୍ଧାଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ସଞ୍ଜୁ’ ୫୯୯ସ୍ଥାନରେ, ‘ଇଣ୍ଡିଆନ ମ୍ୟାଚମେକିଂ’ ୬୧୫ତମ ସ୍ଥାନରେ, ‘ମିସେସ ଚାଟାର୍ଜୀ ବନାମ ନରେଓ’୍ବ ୬୫୧ତମ, ‘ଆରଆରଆର’(ହିନ୍ଦୀ)୬୬୦, ‘କ୍ଲାସ ସିଜିନ ୧’ ୭୨୪ତମ ସ୍ଥାନରେ, ‘ତୁ ଝୁଟି ମେ ମକ୍କାର’ ୭୨୪ତମ, ‘ଶେହଜାଦା’ ୮୪୦ତମ ସ୍ଥାନରେ ରହିଛି। ଏହି ସବୁ ଫିଲ୍ମ ଓ ଓ୍ବେବ ସିରିଜକୁ ଫ୍ୟାନ୍ସ ଚଳିତ ବର୍ଷ ବହୁତ ଭଲପାଇବା ଦେଇଛନ୍ତି।

Share