ଲିଭ୍‌ଇନ୍‌ରେ ରହୁଥିଲେ ଯୁବତୀ, ସନ୍ଦେହଜନକ ଭାବେ ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ, ପୁରୁଷ ବନ୍ଧୁ….

ଭୁବନେଶ୍ୱର,୧୩।୯: ଆପାର୍ଟମେଣ୍ଟରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଏଭଳି ଅଭାନୀୟ ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଖଣ୍ଡଗିରିରେ। ଖଣ୍ଡଗିରି ଏକ ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପୁରୁଷବନ୍ଧୁ ଫେରାର୍‌ ଅଛନ୍ତି।
ଅନ୍ୟପକ୍ଷେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ଲିଭ-ଇନ ନୁହେଁ ବରଂ ଯୁବକ ଜଣକ ବିବାହ କରିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭ-ଇନ ରିଲେସନସିପରେ ରହୁଥିବା ସୂଚନା ମିଳିଛି । ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲାରେ । ସେମାନେ ଏକାଠି ଏହି ଆପାର୍ଟମେଣ୍ଟରେ ରହି ଆସୁଥିଲେ ।ଖବର ପାଇ ସାଇଣ୍ଟିଫିକ ଟିମ ସହ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Share