ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା

ଭୁବନେଶ୍ୱର,୩ା୧୧: ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା ବୋଲି ରବିବାର କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଭାଜପା କହୁଛି ବିଜେଡିରୁ ୪୦ ପଳେଇ ଆସିବେ, ବିଜେଡି କହୁଛି ଭାଜପାରୁ ୩୦ ଆସିବେ। ଏସବୁ ମିଛ, ଖାଲି ମିଡିଆରେ ନାଁ ବାହାରିବା ପାଇଁ ଏମାନେ କହୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ବିଧାୟକମାନେ ଡଳ ଡେଇଁବା ଆଦୌ ଠିକ୍‌ ନୁହେଁ। ବିଜେଡିର ସିନିୟର ଲିଡର ଚାହୁଁନାହାନ୍ତି ଭାଜପା ତାଙ୍କ ସହ ମିଶୁ। ସେ ଚାହୁଁଛନ୍ତି ତାଙ୍କ ସହ କଂଗ୍ରେସ ମିଶୁ। ଏମାନେ ବାହାସ୍ଫୋଟ ମାରୁଛନ୍ତି। ମୁଁ ଯାହା କୁହେ ସତ କୁହେ। କିଛି ବିଧାୟକ ଚାହୁଁଛନ୍ତି କଂଗ୍ରେସକୁ ଆସିବା ପାଇଁ।

ଏହା ଭିତରେ ତାରା ଏକ ମଞ୍ଜ କଥା କହି ଦେଇଛନ୍ତି। ସେ କହିଛନ୍ତି, ଯାହା ବି ହେଉନା କାହିଁକି ବିଜେଡି-ଭାଜପା ସଂଘର୍ଷରେ ଆମର ଫାଇଦା। ପ୍ରଥମେ ମୁନ୍ନା ଖାଁ ଭାଜପାକୁ କହିବା, ପରେ ଜୟନାରାୟଣ ମିଶ୍ର ମୁନ୍ନାଙ୍କୁ ଟାର୍ଗେଟ୍‌ କରି କହିବା ଏବଂ ଏବେ ପୁଣି ତାରାଙ୍କ ମନ କଥା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁନ୍ନା ଖାଁ ଦିନରେ ସ୍ବପ୍ନ ଦେଖୁଛନ୍ତି, ସେ ଚେଇଁକି ସ୍ବପ୍ନ ଦେଖୁଛନ୍ତି। ଖୁବ୍‌ଶୀଘ୍ର କ’ଣ ଆଗାମୀ ଦଶନ୍ଧି ଯାଏ ବି ବିଜେଡି କ୍ଷମତାକୁ ଆସିପାରିବ ନାହିଁ। ଦୁଇ ନେତାଙ୍କ ଏପରି  କଥା ରାଜନୈତିକ ମହଲରେ ହଲଚଲ୍‌ ସୃଷ୍ଟି କରିଛି।

ମୁନ୍ନା ଖାଁ କହିଥିଲେ, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ି ନ ପାରେ। ଭାଜପା ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେଠି ଅଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ, ମୁଁ ସଭାରେ କହିଛି ଭାଜପା ବିଧାୟକ ବିଜେଡି ସହ ଲିଙ୍କ୍‌ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ। ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି।

ସେ ଆହୁରି କହିଛନ୍ତି, ଭାଜପା ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Ayushman Bharat Yojana: ଚ୍ୟାଲେଞ୍ଜ ପାଲଟିଲାଣି ଆୟୁଷ୍ମାନ ଭାରତ ଯୋଜନା! ଦେୟ ବିଳମ୍ବ ପାଇଁ ଚିକିତ୍ସାରେ ଦେଖାଦେଲାଣି ସଙ୍କଟ

ଡେରାଡୁନ,୧୩।୪: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜାରି ହୋଇଥିବା ସୁବର୍ଣ୍ଣ କାର୍ଡ ବା ଗୋଲ୍ଡ କାଡର ବିଶ୍ୱସନୀୟତା ବଜାୟ ରଖିବା ଉତ୍ତରାଖଣ୍ଡ ସରକାରଙ୍କ ପାଇଁ ଏକ...

‘ସବୁ ଧର୍ମ ଯଦି ଏକ, ତେବେ ଧର୍ମ ପରିବର୍ତ୍ତନର କ’ଣ ରହିଛି ଆବଶ୍ୟକତା’, RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୪: ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଯଦି ସମସ୍ତ ଧର୍ମ...

ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି …

ପରୀକ୍ଷା ବେଳେ ଅନେକଙ୍କର ଇଚ୍ଛା ହୁଏ ଏମିତି ହୁଅନ୍ତା କି ବହିର ପୃଷ୍ଠା ଓଲଟେଇ ଦେବାମାତ୍ରେ ସବୁ ପୃଷ୍ଠା ଫଟାଫଟ୍‌ ପଢିହେଇ ଯାଆନ୍ତା ଓ ସବୁ...

ତିନି ଫୁଟିଆ ଡାକ୍ତର

ଏଇ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ନାନା ବାଧାବିଘ୍ନ ସହି ସଫଳତା ହାସଲ କରନ୍ତି ଓ ଇତିହାସ ରଚନ୍ତି। ସେମିତି ଜଣେ...

ସୌରଭ ହତ୍ୟାକାଣ୍ଡ: ଗର୍ଭବତୀ ହେବା ପରେ ଜେଲରେ ବଦଳିଲା ମୁସ୍କାନଙ୍କ ଡାଏଟ, ଏବେ ମିଳିବ ଏସବୁ

ମେରଠ,୧୩।୪: ଜାତୀୟ ସ୍ତରରେ ଚର୍ଚ୍ଚା ପାଲଟିଥିବା ସୌରଭ ହତ୍ୟା ମାମଲାରେ ଅଭିଯୁକ୍ତ ମୁସ୍କାନ ଏବଂ ସାହିଲ ଶୁକ୍ଲା ଜେଲରେ ଅଛନ୍ତି। ମୁସ୍କାନ ଗର୍ଭବତୀ ଥିବାରୁ, ତାଙ୍କର...

ସାହିତି୍ୟକା ମିନାକ୍ଷୀ ଦ୍ବିବେଦୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

କଟକରେ ମୋ ଜନ୍ମ। ଘରର ପୁଣି ବଡ ଝିଅ। ପିଲାଦିନୁ ଖୁବ୍‌ ଚଞ୍ଚଳ ଥିଲି। ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ କ୍ରମେ...

ଅଶ୍ୱଗନ୍ଧା ସହ ମହୁ ମିଶାଇ ଖାଇଲେ ଦୂର ହେବ ଏହି ୫ ସମସ୍ୟା, ଜାଣନ୍ତୁ କେମିତି କରିବେ ସେବନ…

ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ। ଯାହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳିଥାଏ।କ ମୁଖ୍ୟତଃ ଯଦି ଆପଣ ଏହାକୁ...

ବଡ଼ ଆକଳନ: ୩ ମାସ ଯାଏ ହେବ ଧୂଳିଝଡ, ବହିବ ଭୟଙ୍କର ଲୁ…

ବର୍ଷା-ପାଗ ପରେ, ଏବେ ଗ୍ରୀଷ୍ମ ଋତୁ ଆସିଗଲାଣି। ଉତ୍ତର ଭାରତରୁ ଦକ୍ଷିଣ ପର୍ଯ୍ୟନ୍ତ, ପାଗରେ ଯଥେଷ୍ଟ ଗରମ ଅନୁଭୂତ ହୋଇପାରେ। ତାପମାତ୍ରା ନିରନ୍ତର ବୃଦ୍ଧି ପାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image