Categories: ଜାତୀୟ

ଆମର ଲକ୍ଷ୍ୟ ୩୭୦ ଲୋକସଭା ଆସନ ବିଜୟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ତଥା ଦଳର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ଶନିବାର ଦିଲ୍ଲୀରେ ଭାଜପାର ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାଜପାର ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଦିଲ୍ଲୀର ଭାରତ ମଣ୍ଡପାମରେ ପହଞ୍ଚି  ସଭାକୁ ସମ୍ବୋଧିତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ୩୭୦ ଲୋକସଭା ଆସନ ଜିତିବା ଭାଜପା ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଲାଗି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ସେ ଧାରା ୩୭୦ ରଦ୍ଦ କରିବାକୁ ଲଢ଼ିଥିଲେ।

ଏଥର ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ନିଜ ନିଜର ବିଜୟ ନିଶ୍ଚିତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ଭାଜପା ପାଇଁ ୩୭୦ ଆସନ ଜିତିବାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ସଫଳତା ଏବଂ ବିଶେଷକରି ଗରିବ କଲ୍ୟାଣ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି ସମ୍ମିଳନୀରେ ୧୧ ହଜାରରୁ ଅଧିକ ପ୍ରତିନିଧୀଙ୍କୁ ଏହି ସଫଳତାକୁ ବୁଥ ସ୍ତରକୁ ନେବାକୁ ମନ୍ତ୍ର ଦିଆଯାଇଛି।

Share