ଆମ ସମ୍ବିଧାନ, ଆମ କଥା

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ। ପିଲାମାନେ ଏହି ଦିବସଟିକୁ ଭଲ ଭାବେ ଜାଣିଛ ଆଉ ଆମେ ସମସ୍ତେ ଏହି ଦିନଟିକୁ ବିଦ୍ୟାଳୟରେ ଭାବ ଗମ୍ଭୀର ଓ ବଳିଦାନକୁ ସ୍ମରଣ ପୂର୍ବକ ପାଳନ କରିଥାଉ। ଦୀର୍ଘ ଦୁଇଶହ ବର୍ଷର ଇଂରେଜ ଶାସନର ଉପତ୍ୀଡ଼ନ ପରେ ଭାରତରେ ଉଦିତ ହେଲା ସ୍ବାଧୀନତାର ନବୀନ ସୂର୍ଯ୍ୟ। ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ବାଧୀନ ହେବା ପରେ ଆମେ ଆମକୁ ଶାସନ କରିବାକୁ ଏକ ନିଜସ୍ବ ଖସଡ଼ା ପ୍ରସ୍ତୁତ କଲୁ। ତାକୁ ଆମ ଦେଶର ସମ୍ବିଧାନ ବୋଲି କୁହାଗଲା। ୧୯୫୦ମସିହା ଜାନୁଆରୀ ୨୬ ତାରିଖରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଡ. ବି.ଆର୍‌. ଆମ୍ବେଡକର ଥିଲେ ଆମ ସମ୍ବିଧାନର ପ୍ରଣେତା। ଆଉ ଆଜି ୭୫ବର୍ଷ ପରେ ଗର୍ବର ସହିତ କହିପାରୁଛେ ଯେ, ଆମେ ଭାରତୀୟ। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଆମ ଅଧିକାରଠାରୁ ଆରମ୍ଭ କରି ଦେଶ ଶାସନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟ ଉଲ୍ଲେଖ ରହିଛି। ଆବଶ୍ୟକ ସ୍ଥଳେ ଜନଗଣ ଓ ଦେଶର ସ୍ବାର୍ଥ ଦୃଷ୍ଟିରୁ ଆମ ସମ୍ବିଧାନରେ ଅନେକ ସଂଶୋଧନ ମଧ୍ୟ ହୋଇଛି।
ସମ୍ବିଧାନରେ ସ୍ବାଧୀନ ଭାରତର ଜାତୀୟ ସଙ୍ଗୀତ ଭାବେ ‘ଜନ ଗଣ ମନ…’କୁ ବିବେଚନା କରାଯାଇଛି। ଏହାର ମୂଳ ଲେଖା ବଙ୍ଗଳାରେ ଲେଖାଯାଇଥିଲା ଏବଂ ଏହାକୁ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର ରଚନା କରିଥିଲେ। ତେବେ ଏହାକୁ ଗାନ କରିବାର ବିଧି ରହିଛି। ୫୨ ସେକେଣ୍ଡ ମଧ୍ୟରେ ଏହାକୁ ଶେଷ କରିବାକୁ ହେବ। ଏଥିରେ ତ୍ରୁଟି ହେଲେ ଭାରତୀୟ ସମ୍ବିଧାନରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ଉଲ୍ଲେଖ ରହିଛି।
ସମ୍ବିଧାନ ଏପରି ଏକ ଶବ୍ଦ ଯେଉଁଠି ଅନ୍ୟ ଯେକୌଣସି ଶବ୍ଦର ଗୁରୁତ୍ୱ ମଧ୍ୟ ଫିକା ପଡ଼ିଯାଇଥାଏ। ସବୁକିଛି ଉପରେ ସମ୍ବିଧାନକୁ ସ୍ଥାନ ଦିଆଯାଇଛି। ସମ୍ବିଧାନ କହିଲେ କେତେକ ଆବଶ୍ୟକ ତଥା ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ, ଯେଉଁଥିରେ ସମ୍ପୂର୍ଣ୍ଣ ଦେଶ ପରିଚାଳିତ ହୋଇଥାଏ। ଦେଶର ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ନିୟମକୁ ସେହି ଦେଶର ବ୍ୟକ୍ତିବିଶେଷଙ୍କୁ ମାନିବାକୁ ହୋଇଥାଏ। ଦେଶର ସାଧାରଣଲୋକଙ୍କ ସୁରକ୍ଷା, ଅଧିକାର ଏବଂ କର୍ତ୍ତବ୍ୟ ପ୍ରତି ସେଠାକାର ସମ୍ବିଧାନ ସର୍ବଦା ଯତ୍ନବାନ ରହିଥାଏ। ସମ୍ପୂର୍ଣ୍ଣ ଗଣତନ୍ତ୍ର ପ୍ରକ୍ରିୟା ଏବଂ ଏହାର ୪ଟି ସ୍ତମ୍ଭ ମଧ୍ୟ ସମ୍ବିଧାନ ଅନ୍ତର୍ଗତ। ଇତିହାସ କହେ ଯେ ଯେଉଁ ଦେଶରେ ନିଜ ସମ୍ବିଧାନକୁ ଗୁରୁତ୍ୱ ଦିଆଯାଇ ଶାସନ ବ୍ୟବସ୍ଥା ପରିଚାଳିତ କରାଯାଇଛି ସେ ଦେଶ ସେତେ ବିକଶିତ ଓ ସଭ୍ୟ ରାଷ୍ଟ୍ର ଭାବେ ଖ୍ୟାତିଲାଭ କରିଛି। ସମ୍ବିଧାନ ନ ଥିଲେ ଦେଶର ସବୁଆଡ଼େ ଅରାଜକତା ବ୍ୟାପିଯିବ। ମାତ୍ର ସମ୍ବିଧାନ ଏହାକୁ ରୋକିବା ପାଇଁ ଗୋଟିଏ ମାତ୍ର ବାଟ। ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ମଣିଷର ଏ ସମାଜରେ ନିଜ ହିସାବରେ ମୁଣ୍ଡ ଟେକି ବାଟ ଚାଲିବାର ଏବଂ ବଞ୍ଚତ୍ବାର ଅଧିକାର ରହିଛି। ପିଲାମାନେ ତୁମେ ତୁମ ଭାରତ ମାତାକୁ, ସମ୍ବିଧାନକୁ,ସମାଜକୁ ସର୍ବୋପରି ତୁମ ମାତାପିତା ଓ ବିଦ୍ୟାଳୟକୁ ଏହିପରି ଏକ ସ୍ମରଣୀୟ ଦିନରେ ମନେପକାଇବା ଜରୁରୀ।
ଦେଶରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ଏକ ବିଧିବଦ୍ଧ ଆଇନ ବ୍ୟବସ୍ଥା ତଥା ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ମାନବେନ୍ଦ୍ରନାଥ ରୟ ସର୍ବ ପ୍ରଥମେ ଚିନ୍ତା କରିଥିଲେ। ୧୮୮୭ରେ କଲିକତାର ଆରବେଲିଆ ଅଞ୍ଚଳର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ମାନବେନ୍ଦ୍ରନାଥ ପ୍ରଥମେ କମ୍ୟୁନିଷ୍ଟ ଚିନ୍ତାଧାରାରେ ବିଶ୍ୱାସ ରଖୁଥିଲେ। ପରେ ସେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଲେଖାରେ ପ୍ରଭାବିତ ହୋଇଥିଲେ। ଦେଶରେ କିପରି ଏକ ସୁଶାସନ ବ୍ୟବସ୍ଥା ପ୍ରଚଳନ କରାଯିବ ସେ ନେଇ ଦିନ ରାତି ଭାବିବାକୁ ଲାଗିଲେ। ପରେ ଏହାକୁ ଏକ ଲିଖିତ ତଥା ଚରିତାର୍ଥ ରୂପ ଦେଇଥିଲେ ବି.ଆର. ଆମ୍ବେଡକର। ସେତେବେଳେ ଦେଶର ଜଣେ ଆଇନ ବିଶାରଦ ତଥା ଜଣେ ପ୍ରମୁଖ ଚିନ୍ତାଶୀଳ ବ୍ୟକ୍ତି ଭାବେ ବି.ଆର.ଆମ୍ବେଡକରଙ୍କ ଖ୍ୟାତି ଦେଶ ତଥା ଦେଶ ବାହାରେ ରହିଥିଲା। ୧୮୫୭ରୁ୧୯୪୭ ପର୍ଯ୍ୟନ୍ତ ଦେଶରେ ଚାଲିଥିବା ବ୍ରିଟିଶ ଶାସନ ଅମଳରେ ଯେଉଁ ଯେଉଁ ନିୟମରେ ଦେଶ ପରିଚାଳିତ ହେଉଥିଲା ଏସବୁକୁ ଆମ୍ବେଡକର ନିଜ ରଚିତ ସମ୍ବିଧାନରେ ସ୍ଥାନ ଦେଇଥିଲେ। କେବଳ ସେତିକି ନୁହେଁ ଯୁକ୍ତ ରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ, କାନାଡ଼ା, ସୋଭିଏଟ ୟୁନିଅନ ଆଦି ଦେଶର ନିୟମକୁ ମଧ୍ୟ ଭାରତୀୟ ସମ୍ବିଧାନରେ ସେ ପ୍ରଣୟନ କଲେ। ୧୯୪୯, ନଭେମ୍ବର୨୬ ତାରିଖରେ ଏହାକୁ ସ୍ବାଧୀନ ଭାରତର ସଂସଦରେ ଉପସ୍ଥାପନ କରାଯାଇଥିଲା। ଆଜିର ଦିନରେ ଭାରତର ସମ୍ବିଧାନ ବିଶ୍ୱର ସର୍ବଦୀର୍ଘ, ସର୍ବୋତ୍ତମ ଏବଂ ସର୍ବଶ୍ରେଷ୍ଠ ସମ୍ବିଧାନର ମାନ୍ୟତା ପାଇଛି। ୧୯୫୦ ଜାନୁଆରୀ ୨୬ ରେ ଏହାକୁ ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏଥିରେ ଦସ୍ତଖତ କରି ଏହାକୁ ଗୃହୀତ କରିଥିଲେ।
ପିଲାମାନେ ସାଧାରଣତନ୍ତ୍ର ଦିବସକୁ କେବଳ ବିଦ୍ୟାଳୟରେ ପାଳନ କରାଯାଉଥିବା ଏକ ଦିନଟିଏ ବୋଲି ଭାବିବ ନାହିଁ। ଏହି ଦିନନେ ସମାଜ ପ୍ରତି ତୁମର ଉତ୍ତରଦାୟିତ୍ୱ ରହିଛି।
– ଯଶସ୍ବିନୀ ପଟ୍ଟନାୟକ
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ, ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Featured Video Play Icon

ଭରତପୁର ଘଟଣା, ଜାମିନ ପରେ ମୁହଁ ଖୋଲିଲେ…

ଭରତପୁର ଆର୍ମି ପୋଲିସ ଘଟଣା । ଗିରଫ ଯୁବତୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜାମିନ ମିଳିବା ପରେ ମୁହଁ ଖୋଲିଲେ ଯୁବତୀଙ୍କ ବାପା...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri