ନୂଆଦିଲ୍ଲୀ, ୪।୧: ପାକିସ୍ତାନର ଅବସରପ୍ରାପ୍ତ ଆର୍ମି ଅଫିସର ଆଦିଲ ରାଜାଙ୍କ ମନ୍ତବ୍ୟକୁ ନେଇ ପାକ୍ ଅଭିନେତ୍ରୀ କଡ଼ା ନିନ୍ଦା କରିବା ଆରମ୍ଭ କରିଛନ୍ତି। ଏକ ୟୁଟ୍ୟୁବ୍ ଭିଡିଓରେ ଆଦିଲ କହିଛନ୍ତି, ପାକ୍ ମିଲିଟାରି କେତେଜଣ ଅଭିନେତ୍ରୀଙ୍କୁ ନେଇ ରାଜନେତାମାନଙ୍କୁ ହନିଟ୍ରାପ୍ ଜାଲରେ ଫସାଉଛନ୍ତି। ଆଦିଲଙ୍କ ଏ ପ୍ରକାର ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନ ଅଭିନେତ୍ରୀ ସାଜାଲ ଅଲ୍ଲୀ କହିଛନ୍ତି, ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ ଏବଂ ବିକୃତ। କୌଣସି ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ମାନବିକତାରୁ ସବୁଠାରୁ ଖରାପ ସ୍ଥିତି ଲେଖି ଟୁଇଟ୍ କରିଛନ୍ତି। ସେହିପରି ଆଉଜଣେ ପାକ୍ ନାୟିକା କୁବ୍ରା ଖାନ୍ ଏକ୍ସ-ମିଲିଟାରି ଅଫିସର ଆଦିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଇନ୍ଷ୍ଟା ଷ୍ଟୋରିରେ ଚେତାବନୀ ଦେଇଛନ୍ତି। ଭିଡିଓକୁ ସେ ମିଛ ବୋଲି ଭାବି କୌଣସି ପ୍ରତିକ୍ରିୟା ଦେଉ ନ ଥିଲେ। ତିନି ଦିନ ଭିତରେ ଅଭିଯୋଗର ପ୍ରମାଣ ପ୍ରକାଶ କରନ୍ତୁ ନଚେତ୍ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି କୁବ୍ରା କହିଛନ୍ତି। ଅନ୍ୟପକ୍ଷେ ଏ ପ୍ରକାର ମିଥ୍ୟ ଖବର ପ୍ରସାରଣ ତୁରନ୍ତ ରୋକାଯାଉ ବୋଲି ଅଭିନେତ୍ରୀ ମେହଓ୍ବିଶ୍ ହାୟାତ୍ ନିଜ ଇନ୍ଷ୍ଟା ପୋଷ୍ଟ୍ରେ କହିଛନ୍ତି।