ତୁମୁଡିବନ୍ଧ,୭।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସମୋବାର ପୂର୍ବାହ୍ନରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନାର୍ଦନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ସି .ଆର.ସି.ସି.ସିପାନା ମାଝି ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରମାନେ ମୁଖ୍ୟ ଓ ସମ୍ମାନିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହା ପରେ ସମସ୍ତେ ଠିଆ ହୋଇ ଗଣେଶଙ୍କ ପ୍ରତୀମୂର୍ତ୍ତିରେ ଧୂପ ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଣିଗ୍ରାହୀ ଛାତ୍ରୀ ଛାତ୍ର ମାନଙ୍କୁ ଭଲ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ।ଉକ୍ତ ସଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ଅତି ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରିଥିଲେ।ଏହା ପରେ ତଳ ଦିନରେ ବିଭିନ୍ନ ପ୍ରତିଯୋଗିତା ଯଥା ସାଧାରଣ ଜ୍ଞାନ, ସୁଧ ଓଡ଼ିଆ ଲିଖନ, ଅଙ୍କ କଷା, ବାଟି ଚାମୁଚ, ମ୍ୟୁଜିକ ଚେୟାର, ପୁଚି, ବେଲୁନ ଓ ବ୍ୟାଡ ମିଣ୍ଟନ ଖେଳ ଗୁଡ଼ିକର ପ୍ରତିଯୋଗିତା କରାଯାଇ କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ।