Categories: ଜାତୀୟ

ଆମର ପ୍ରିୟ ରାହୁଲ ଗାନ୍ଧୀ: ମମତା…

ବେଙ୍ଗାଲୁରୁ,୧୮।୭ : ବିରୋଧୀ ଦଳର ଦ୍ୱିତୀୟ ବଡ଼ ବୈଠକ ଶେଷ ହୋଇଛି। ଦୁଇ ଦିନ ଧରି ଆଲୋଚନା ପରେ ବିରୋଧୀ ଦଳର ବଡ ନେତାମାନେ ବୈଠକରେ ପ୍ରସ୍ତୁତ ଯୋଜନା ବିଷୟରେ ସୂଚନା ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ଏନଡିଏକୁ ଟାର୍ଗେଟ କରିଛନ୍ତି।
ରାହୁଲ ଗାନ୍ଧୀଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଆମର ପ୍ରିୟ ରାହୁଲ ଗାନ୍ଧୀ। ସେ କହିଛନ୍ତି ଦେଶର ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ସରକାରଙ୍କ ଏକମାତ୍ର କାମ ହେଉଛି ସରକାର ବିକିବା କରିବା ଏବଂ ସରକାର କିଣିବା।

ଏନଡିଏକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ କହିଛନ୍ତି, ଏନଡିଏ, ଇଣ୍ଡିଆକୁ ଚ୍ୟାଲେଞ୍ଜ କରିପାରିବେ କି? ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳକୁ ଭାରତୀୟ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ (ଇଣ୍ଡିଆ) ନାମରେ ନାମିତ କରାଯାଇଛି।

ଏଥି ସହିତ ବର୍ତ୍ତମାନ ବିରୋଧୀ ଦଳର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ। ବିରୋଧୀ ଦଳଙ୍କ ମଧ୍ୟରେ ସମନ୍ବୟ ପାଇଁ ୧୧ ଜଣିଆ କମିଟି ଗଠନ କରାଯିବ ବୋଲି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ମୁମ୍ବାଇରେ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ।

Share