Categories: ଜାତୀୟ

ଆମ ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ: କଂଗ୍ରେସ…

ପାଟନା,୨୭।୯ : ଆମର ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ ଜାରି ରହିଛି ବୋଲି ବିହାର କଂଗ୍ରେସ ସଭାପତି ଜନସାଧାରଣଙ୍କୁ କହିଛନ୍ତି।
ବିହାର କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂ ବିହାରର ଆରାଠାରେ ଆୟୋଜିତ ସଂକଳ୍ପ ରାଲିରେ ଅଂଶଗ୍ରହଣ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ମୀମାନଙ୍କୁ ସମ୍ବୋଧିତ କରିବାବେଳେ ସେମାନଙ୍କୁ ଏକଜୁଟ ରହିବାକୁ ସେ ଆହ୍ବାନ ଦେଇଛନ୍ତି।

ତାଙ୍କ ଭାଷଣରେ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏ ସହଯୋଗୀ ଦଳଙ୍କୁ ସେ କଡା ସମାଲୋଚନା କରିଛନ୍ତି।

କଂଗ୍ରେସ ରାଜ୍ୟ ସଭାପତି କହିଛନ୍ତି ଯେଉଁମାନେ ମନ୍ଦିରରେ ଭଗବାନ ଗଣେଶଙ୍କୁ କ୍ଷୀର ପାନ କରା ଦେଶର ଜନସାଧାରଣଙ୍କୁ ବିଭାଜନ କାର୍ଯ୍ୟ କରିଛନ୍ତି। ୱାନ ନେଶନ ୱାନ ନିର୍ବାଚନ ସମେତ ଶାସକ ଦଳର ଅନେକ ପ୍ରସଙ୍ଗ ସମ୍ପର୍କରେ ସେ ଉପସ୍ଥିିତ କର୍ମୀଙ୍କୁ ଅବଗତ କରାଇଛନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ଦେଶରେ ଆଉ ଗଣତନ୍ତ୍ର ରହିବ ନାହିଁ।

କାରଣ ଭାରତକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ରାସ୍ତାରେ ନେବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ସଂଗଠିତ ନ ହୁଏ ତେବେ ଏହି ଦେଶ ପୁଣି ପରାଧୀନ ହେବାର ଆଶଙ୍କା ରହିଛି।

ଯେତେବେଳେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ ରାଜ୍ୟ ସଭାପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେହେରା ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳଙ୍କୁ ଏକତ୍ର ଏନେଇ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆମେ ସମସ୍ତେ ଏଥିରେ ସମ୍ପୂର୍ଣ୍ଣ ଭାବେ ସହମତ ହେବୁ।

ବିହାରରେ କ୍ୟାବିନେଟ ବିସ୍ତାର ଉପରେ ଅଖିଳେଶ ସିଂ କହିଛନ୍ତି ସିଏମ ନୀତୀଶ କୁମାର ଏ ବିଷୟରେ ଚିନ୍ତା କରିବା ଉଚିତ। କ୍ୟାବିନେଟକୁ ବିସ୍ତାର କରିବାର ଶକ୍ତି ତାଙ୍କ ପାଖରେ ଅଛି।

Share