Posted inଜାତୀୟ

ଶିବ ସେନା ଆମ ଶତ୍ରୁ ନୁହେଁ- ଫଡ଼ନାଭିସ

ମୁମ୍ବାଇ,୪।୭: ଶିବ ସେନା ଆମ ଶତ୍ରୁ ନୁହେଁ। ସେମାନେ ଆମ ବନ୍ଧୁ। କିଛି ବିଷୟ ଉପରେ ଆମର ମତଭେଦ ଅଛି। ଦୁଇ ପୂର୍ବତନ ସହଯୋଗୀ ଦଳ ମଧ୍ୟରେ ପୁଣି ଥରେ ପ୍ୟାଚ୍‌ ହେବ କି ନାହିଁ, ତାହା ପରିସ୍ଥିତି ଉପରେ ନିର୍ଭର କରେ। ଏକ ସାକ୍ଷାତ୍‌କାରରେ ଭାଜପା-ଶିବ ସେନା ମେଣ୍ଟ ପୁଣି ଥରେ ଫେରିବ କି ପ୍ରଶ୍ନ କରାଯିବାରୁ ଉପରୋକ୍ତ ଉତ୍ତର ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସ। ତାଙ୍କର ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛି।

”ଆମ ବନ୍ଧୁ ୨୦୧୯ ବିଧାନସଭା ନିର୍ବାଚନରେ ଆମ ସହ ମିଶି ଲଢ଼ିଥିଲେ। କିନ୍ତୁ ନିର୍ବାଚନ ପରେ ସେମାନେ ଅନ୍ୟ (କଂଗ୍ରେସ ଓ ଏନ୍‌ସିପି) ସହ ହାତ ମିଳାଇ ଥିଲେ, ଯେଉଁମାନଙ୍କ ବିପକ୍ଷରେ ଆମେ ନିର୍ବାଚନ ଲଢ଼ିଥିଲୁ “ ବୋଲି ଫଡ଼ନାଭିସ କହିଛନ୍ତି। ନିକଟରେ କଂଗ୍ରେସ ରାଜ୍ୟରେ ପରବର୍ତ୍ତୀ ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଥିଲା। କିନ୍ତୁ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧୀନ ସରକାରର କାର୍ଯ୍ୟକାଳ ଶେଷ ନ ହେଲା ପର୍ଯ୍ୟନ୍ତ ଆମ ସମର୍ଥନ ତାଙ୍କ ସହ ଅଛି ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି...

କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ

ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ...

ମହାକୁମ୍ଭରେ ଗଣଧର୍ମାନ୍ତରୀକରଣ ଆଶଙ୍କା

ଲକ୍ଷ୍ନୌ,୫।୧: ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭରେ ବହୁସଂଖ୍ୟାରେ ମୁସଲମାନ ଗଣ ଧର୍ମାନ୍ତରୀକରଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଜଣେ ବରିଷ୍ଠ ଧର୍ମୀୟ...

ଭାଜପା କ୍ଷମତାକୁ ଆସିଲେ ଦିଲ୍ଲୀରେ ଜନକଲ୍ୟାଣ ଯୋଜନା ବନ୍ଦ ହେବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆମ୍‌ ଆଦ୍‌ମୀ ପାର୍ଟି...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ...

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ...

ଲାଲୁଙ୍କ ଅଫରକୁ ନେଇ କ୍ଲିୟର କଲେ ନୀତୀଶ

ମୁଜାଫରପୁର,୫।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଗତି ଯାତ୍ରା ସମୟରେ ମୁଜାଫରପୁରରେ ପହଞ୍ଚିଥିଲେ। ଏହି ସମୟରେ ସେ ଇଣ୍ଡିଆ ଆଲାଇନ୍ସରେ ଯୋଗଦେବା ପ୍ରସ୍ତାବକୁ ନେଇ ଜବାବ...

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri