Categories: ଜାତୀୟ

ନିଜକୁ ଦେଶର ଚୌକିଦାର କହି ବଢ଼ାଇଛନ୍ତି ଆମର ସମ୍ମାନ, ପ୍ରଧାନମନ୍ତ୍ରୀଙ୍କୁ କହିଲେ ସୁରକ୍ଷାକର୍ମୀ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚି ୧୦୦ କୋଟି ତମ ଟିକା ନେଇଥିବା ଅରୁଣ ରାୟଙ୍କୁ ଭେଟିଛନ୍ତି।

ଏହା ପୂର୍ବରୁ ପ୍ରବେଶ ପଥରେ ସେ ସୁରକ୍ଷାକର୍ମୀଙ୍କୁ ଭେଟିଥିଲେ। ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଆପଣ ନିଜକୁ ଦେଶର ଚୌକିଦାର କହି ଆମକୁ ଗୌରବାନ୍ବିତ କରିବା ସହିତ ସମ୍ମାନ ବଢ଼ାଇଛନ୍ତି। ଏହା ଶୁଣି ପ୍ରଧାନମନ୍ତ୍ରୀ ମନ ଖୋଲି ହସିଥିବାର ଦେଖିବାକୁ ମିଳିଥିଲା।

ଏହାପରେ ସେ ଜଣେ ଦିବ୍ୟାଙ୍ଗ ବାଳିକାଙ୍କୁ ଭେଟି ଥିଲେ। ବାଳିକା ଜଣଙ୍କ ‘ ଓ ମେରେ ଓ୍ବତନ୍‌ କି ଲୋଗୋ…’ ଗୀତ ଗାନ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ସୁରକ୍ଷାକର୍ମୀଙ୍କ କଥାବାର୍ତ୍ତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share