ଆମ ଭାଷାଭାବନା

ବିଜୟଲକ୍ଷ୍ମୀ ଦାଶ

 

‘ଭାଷା’ ହେଉଛି ଗୋଟିଏ ଜାତିର ପରିଚୟ ଓ ଗୌରବ। ଭାଷାର ସୁଦୃଢ଼ ଭିତ୍ତିଭୂମି ଉପରେ ଜାତିର ଅସ୍ମିତା ନିର୍ଭର କରିଥାଏ। ଆମ ଭାଷାଭାବନା ଜାତି ଗଠନ ଓ ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପଣ୍ଡିତ ଗୋପବନ୍ଧୁ ଦାସ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇ ‘ଭାଷା ଓ ଜାତୀୟତା’ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ, ‘ଭାବ ଓ ସଭ୍ୟତାର ମୂଳରେ ଭାଷା’। ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ। ସୁତରାଂ ସଭ୍ୟତା ଏକ ନ ହୋଇ ଅନ୍ୟଥା ହୋଇ ନ ପାରେ। ପୃଥିବୀର ଆଧୁନିକ ସମସ୍ତ ସଭ୍ୟ ଦେଶ ଏହି ନୀତି ଗ୍ରହଣ କରୁଛନ୍ତି। ତେଣୁ ନିଜ ମାତୃଭାଷାକୁ ନେଇ ଗର୍ବ ଅନୁଭବ କରିବା, ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିବା ପ୍ରତ୍ୟେକ ନାଗରିକର ପ୍ରମୁଖ କର୍ତ୍ତବ୍ୟ ହେବା ଉଚିତ।
ଆମେ ଓଡ଼ିଆ ଭାଷା ପ୍ରସଙ୍ଗରେ ଆମ ଜାତୀୟ ଅସ୍ମିତା କଥା ଯେତେବେଳେ ଆଲୋଚନା କରୁଛେ, ସେତେବେଳେ ମୁଖ୍ୟତଃ ଭାଷା ସୁରକ୍ଷା ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ବାହ୍ୟଜଗତ ପ୍ରତି ଗବାକ୍ଷ ନ ଥିବା ଯୋଗୁ ଓଡ଼ିଶାର ରୁଦ୍ଧ ପରିବେଷ୍ଟନୀ ମଧ୍ୟରେ ରହି ଚିନ୍ତାଶୀଳ ଓଡ଼ିଆମାନେ ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତା’ର ଫଳ ଥିଲା ‘ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ’। ଭାଷାଭିତ୍ତିକ ପ୍ରଦେଶ ଗଠନ ନିମନ୍ତେ ଭାଷା ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
୧୮୭୦ରେ ବାଲେଶ୍ୱର ହାଇସ୍କୁଲର କାନ୍ତିଚନ୍ଦ୍ର ଗୋଟିଏ ବହି ବାହାର କରିଥିଲେ। ଏ ବହିରେ ଓଡ଼ିଆ ଭାଷାର ସ୍ବତନ୍ତ୍ରତା ନାହିଁ। ଏହା ବଙ୍ଗଳାର ଏକ ଉପଭାଷା ମାତ୍ର ବୋଲି କହି ବିବିଧ ଯୁକ୍ତି ବାଢ଼ିଥିଲେ। ତାଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ ଐତିହାସିକ ରାଜେନ୍ଦ୍ରଲାଲ ମିତ୍ର। ଅନ୍ୟପକ୍ଷରେ ଓଡ଼ିଶାରେ ସ୍ଥାୟୀ ଅଧିବାସୀ ଥିବା କେତେକ ଶିକ୍ଷିତ ସଚେତନ ବଙ୍ଗାଳୀ ଭଦ୍ରବ୍ୟକ୍ତି ଓଡ଼ିଆ ଭାଷାର ଅସ୍ମିତା ଦର୍ଶାଇ ସପକ୍ଷରେ ଯୁକ୍ତି ବାଢ଼ିଲେ। ସେମାନଙ୍କ ମଧ୍ୟରେ ଥିଲେ ଭୂଦେବ ମୁଖୋପାଧ୍ୟାୟ। ଜନ୍‌ ବିମ୍ସଙ୍କର ଭାଷାଭିତ୍ତିକ ଅନୁଶୀଳନ ଓଡ଼ିଆ ଭାଷାର ପ୍ରାଚୀନତା ପ୍ରମାଣ କରିଥିଲା। ଭାଷାଭିତ୍ତିକ ବାଦବିବାଦ ଆହୁରି ସୁହାଇଲା କାଳିପଦ ବନ୍ଦୋପାଧ୍ୟାୟଙ୍କ ‘ଉତ୍କଳ ହିତୈଷିଣୀ’ ସାପ୍ତାହିକ ପତ୍ରିକାର ଭାଷା ବିରୋଧୀ ଲେଖା। ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା। ‘ଉତ୍କଳ ହିତୈଷିଣୀ’ ପତ୍ରିକାର ଭାଷା ବିରୋଧ ପ୍ରଚାରର ପ୍ରତିବାଦ କରିଥିଲେ ‘ଉତ୍କଳ ଦୀପିକା’ ର ସମ୍ପାଦକ ଗୌରୀଶଙ୍କର ରାୟ ଓ ‘ସମ୍ବାଦବାହିକା’ର ପୃଷ୍ଠପୋଷକ ବାଲେଶ୍ୱରର ରାଜା ବୈକୁଣ୍ଠନାଥ ଦେ’। ଏମାନଙ୍କ ସହ ଯୋଡ଼ିହେଲେ ରାମଶଙ୍କର ରାୟ, ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ, ମଧୁସୂଦନ ଦାସ, ଗୋପାଳବଲ୍ଲଭ ଦାସ, ଗୋବିନ୍ଦ ରଥ, ବିଶ୍ୱନାଥ କର, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ନନ୍ଦକିଶୋର ବଳ ପ୍ରମୁଖ।
ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବା ସହ ଓଡ଼ିଶାବାସୀଙ୍କ ତଥା ଆର୍ଥନୀତିକ ପ୍ରଗତିକୁ ତ୍ୱରାନ୍ବିତ କରିବା ପାଇଁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ(୧୯୦୩-୧୯୨୦) ଉତ୍କଳ ସମ୍ମିଳନୀ ଥିଲା ଓଡ଼ିଶାର ମୁଖ୍ୟ ସଂଘବଦ୍ଧ ଅନୁଷ୍ଠାନ। ଉତ୍କଳ ସମ୍ମିଳନୀ ଗଠନ ହେବା ପୂର୍ବରୁ ୧୯୦୩ ରେ ରମ୍ଭା ରାଜପ୍ରାସାଦର ସାମ୍ନାରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ସମ୍ମିଳିତ ଉଦ୍ୟମରେ ପ୍ରଜାବନ୍ଧୁ ନାମକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଲା। ରାଜା ହରିହର ମର୍ଦ୍ଦରାଜ ମଧ୍ୟ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ୧୯୦୩ ଏପ୍ରିଲ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରଠାରେ ଓଡ଼ିଆ ସମ୍ମିଳନୀର ଆୟୋଜନ କରିଥିଲେ। ଓଡ଼ିଆ ଅସ୍ମିତା ସନ୍ଧାନ ଦୃଷ୍ଟିରୁ ଏସବୁର ସ୍ବାତନ୍ତ୍ର୍ୟ ରହିଛି।
ବର୍ତ୍ତମାନ ଆମେ ମାତୃଭାଷାର ଗୁରୁତ୍ୱକୁ ଉପଲବ୍ଧି କରି ଜାତୀୟ ଶିକ୍ଷା ଓ ସରକାରୀ ସ୍ତରରେ ବିଭିନ୍ନ ଉଦ୍ୟମମାନ ପ୍ରଣୟନ କରାଯାଉଛି। ଏହି ସ୍ବପ୍ନ ୧୯୧୮ରେ ପଣ୍ଡିତ ଗୋପବନ୍ଧୁ ଦେଖିଥିଲେ। ପଣ୍ଡିତ ଗୋପବନ୍ଧୁଙ୍କର ଭାଷା ଚିନ୍ତନ ଆଜି ଆମ ପାଇଁ ଓଡ଼ିଆ ଭାଷାର ଗୌରବ ପ୍ରତିଷ୍ଠାରେ ସହାୟକ ହେଉ।
ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ,
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri