Categories: ଜାତୀୟ

ରାଗିଲେ ମାୟାବତୀ: ସମାଜବାଦୀ ପାର୍ଟିକୁ ହରାଇବାକୁ ଭାଜପାକୁ ଦେବେ ଭୋଟ

ଲକ୍ଷ୍ନୌ,୨୯ ।୧୦: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଗୁରୁବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳ ଲୋକ ସଭା ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ଶକ୍ତି ସହ ଲଢିବାକୁ ସମାଜବାଦୀ ପାର୍ଟି ସହ ମିଶିଥିଲା । ହେଲେ ଏହାର ପାରିବାରିକ କଳହ କାରଣରୁ ବହୁଜନ ସମାଜ ପାର୍ଟିଠାରୁ ସମାଜବାଦୀ ପାର୍ଟି କୌଣସି ଲାଭ ଉଠାଇ ପାରିଲା ନାହିଁ । ଏହାକୁ ନେଇ ଏବେ ମାୟାବତୀ କହିଛନ୍ତି ରାଜ୍ୟ ସଭା ନିର୍ବାଚନରେ ଆମେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ହରାଇବୁ । ଏଥିପାଇଁ ଆମେ ସମସ୍ତ ଶକ୍ତି ଲଗାଇଦେବୁ । ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ବା ଅନ୍ୟ ଦଳକୁ ଭୋଟ ଦେବାକୁ ପଡିଲେ ଆମେ ଦେବୁ ବୋଲି ମାୟାବତୀ କହିଛନ୍ତି । ଏହାସହ ରାଜ୍ୟ ସଭା ନିର୍ବାଚନରେ ଯେଉଁ ୭ ବିଧାୟକ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ସେମାନଙ୍କୁ ସେ ନିଲମ୍ବନ କରିଥିବା ପ୍ରକାଶ କରିଛନ୍ତି । ତେବେ ଲୋକ ସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟି ତାଙ୍କ ସହ ସମ୍ପର୍କ କାଟି ଦେଇଥିବାରୁ ଆମେ ଏବେ ଆମ ରାସ୍ତା ବଦଳାଇ ଦେଇଛୁ ବୋଲି ମାୟାବତୀ କହିଛନ୍ତି ।

Share