Categories: ଜାତୀୟ

‘ଆମ ଯବାନମାନେ ଶହୀଦ ହେଉଛନ୍ତି, ତୁମେ ଟି୨୦ ଖେଳିବ’

ହାଇଦ୍ରାବାଦ୍‌,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ବିଷୟରେ ମୁହଁ ଖୋଲୁ ନାହାନ୍ତି। ପ୍ରଥମତଃ ବଢ଼ୁଥିବା ତୈଳ ଦର ଓ ଦ୍ୱିତୀୟଟି ହେଲା ଲଦାଖରେ ଆମ ସୀମା ମଧ୍ୟକୁ ମାଡ଼ି ଆସିଥିବା ଚାଇନା ଉପରେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ ବଶିଛନ୍ତି। ଚାଇନାକୁ ପ୍ରଧାନମନ୍ତ୍ରୀ ଭୟ କରୁଛନ୍ତି। ଜମ୍ମୁ-କଶ୍ମୀରରେ ଭାରତୀୟ ଯବାନ ଶହୀଦ ହେଉଥିବା ବେଳେ ପାକିସ୍ତାନ ସହ ଟି୨୦ ଖେଳିବା କ’ଣ ଉଚିତ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓ୍ବାଇସି।

ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବକାଳିନ ଶୀର୍ଷରେ ପହଞ୍ଚିଥିବା ବେଳେ ରବିବାର କ୍ରମାଗତ ଚତୁର୍ଥ ଦିନ ପାଇଁ ତୈଳ ଦରରେ ବୃଦ୍ଧି ଘଟିଛି। ୩୫ ପଇସା ବୃଦ୍ଧି ପାଇବାରୁ ପେଟ୍ରୋଲ ଲିଟର ପିଛା ଦର ୧୦୫.୮୪ ଟଙ୍କା ଓ ଡିଜେଲ ଦର ପହଞ୍ଚିଛି ୯୪.୫୭ ଟଙ୍କାରେ।

ଜମ୍ମୁ-କଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ବିରୋଧୀ ଅପରେଶନ୍ସରେ ଆମ ୯ ଯବାନ ଶହୀଦ ହୋଇଛନ୍ତି। ପ୍ରତି ଦିନ ଉପତ୍ୟକାରେ ଭାରତୀୟ ନଗରିକଙ୍କ ଜବୀନ ସହ ୨୦-୨୦ ଖେଳୁଛି ପାକିସ୍ତାନ। ବିହାରର ଗରିବ ଶ୍ରମିକଙ୍କୁ ହତ୍ୟା କରାଯାଉଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ କ’ଣ କରୁଛନ୍ତି। ଏହା କେନ୍ଦ୍ର ସରକାରଙ୍କ ବିଫଳତା ବୋଲି ସେ କହିଛନ୍ତି।

Share