ଭୁବନେଶ୍ୱର,୮।୨(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିଶତକୁ ଖସି ଆସିଛି।
ଆହୁରି ମଧ୍ୟ କହିଛନ୍ତି ଯେ, ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା। ତୃତୀୟ ଲହରରେ ଓଡ଼ିଶାରେ ଜଣେ ୧୨ ଦିନର ଶିଶୁର ବି ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ଏବେ ବଢିବ କମିବ। ଏହା ଏକ ବାୟୁ ବାହିତ ରୋଗ, ତେଣୁ ମାସ୍କ ବ୍ୟବହାର ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।