୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩ ଅସନ ସହିତ ଏନ୍‌ଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ( ଏଡିଆର୍‌ ) ୨୦୨୪ ଲୋକସଭା ନିର୍ବାଚନ ଜିତିଥିବା ସମସ୍ତ ୫୪୩ ପ୍ରାର୍ଥୀଙ୍କ ସମ୍ପତ୍ତିଗତ ଘୋଷଣା ପତ୍ରର ତର୍ଜମା କରି ରିପୋର୍ଟ ପ୍ରକାଶ କରିଛି।
ଏଡିଆର ଜାରି କରିଥିବା ରିପୋର୍ଟରୁ ୫୪୩ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୨୫୧ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ସେମନଙ୍କ ମଧ୍ୟରୁ ୧୭୦ ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରୁଜୁ କରାଯାଇଛି। ଯେଉଥିରେ ହତ୍ୟା, ହତ୍ୟା କରିବାକୁ ପ୍ରୟାସ, ମହିଳାଙ୍କ ବିରୋଧରେ ଅପରାଧ ଆଦି ମାମଲା ରହିଛି।
ସେହିପରି ୫୪୩ ବିଜେତାଙ୍କ ମଧ୍ୟରୁ ୫୦୪ ବିଜେତା ପ୍ରାର୍ଥୀ କୋଟିପତି ହୋଇଥିବା ଜଣାପଡ଼ିଛି। ଭାଜପାର ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ରହିଛନ୍ତି। ଭାଜପାର ୨୨୭ ବିଜେତା ପ୍ରାର୍ଥୀ କୋଟିପତି। ଅନ୍ୟପଟେ ଦ଼୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ। ୯୨ ବିଜେତା କୋଟିପତି ପ୍ରାର୍ଥୀ ଏହି ଦଳରେ ରହିଛନ୍ତି। ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ଘୋଷଣାନାମାରେ ଏହି ପ୍ରାର୍ଥୀ ମାନେ ସେମାନଙ୍କର ମୋଟ ସମ୍ପତ୍ତି ଏକ କୋଟିରୁ ଅଧିକ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି...

୬ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା, ଉଦ୍ଧାର ହେଲା ୭ ମୃତଦେହ

ସୁରତ, ୭।୭: ଗୁଜୁରାଟର ସୁରତ ଅଞ୍ଚଳରେ ଶନିବାର ଏକ ୬ ମହଲା ବିଲ୍ଡିଂ ଭୁଷୁଡ଼ିବା ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଅଧିକାରୀକ ସ୍ତରରେ...

କେୟାରଟେକର ସହିତ ବିୟର ପିଉଥିଲେ ମହିଳା ପ୍ରିନ୍ସିପାଲ, ଦେଖିଦେଲେ ଛାତ୍ର, ତାପରେ…

ନୂଆଦିଲ୍ଲୀ, ୭।୭: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଅଞ୍ଚଳର ଏକ କଲେଜ୍‌ରେ ଜଣେ ମହିଳା ପ୍ରିନ୍ସିପାଲ ହଷ୍ଟେଲ୍‌ ଭିତରେ ବିୟର ପିଉଥିବା ଖବର ସାମ୍ନାକୁ ଆସିଛି । ଡିଗ୍ରୀ...

କୋଟିପତି ବାବା: ୧୦୦ କୋଟିର ସମ୍ପତ୍ତି, ୨୫ ଖଣ୍ଡ ଗାଡ଼ି

ନୂଆଦିଲ୍ଲୀ, ୭।୭: ହାଥରସ୍‌ରେ ହୋଇଥିବା ଦଳା ଚକଟାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୋଲେ ବାବା ଅର୍ଥାତ ନାରାୟଣ ସାକାର ବିଶ଼୍ବ ହରି...

ଆଜି ପବିତ୍ର ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୭।୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ସମୟର ଅପେକ୍ଷା। ରଥ ଉପରେ ବିରାଜିବେ ଚର୍ତୁଦ୍ଧାମୂରତି। ଏଥିପାଇଁ ବଡ଼ଦାଣ୍ଡରେ ରଥ ପଥ ସବୁ ପ୍ରସ୍ତୁତ। ଏହି...

ପେପର ଲିକ୍‌ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଠେଲି ବିଦା କରିଦେଲେ

ପ୍ରୟାଗରାଜ, ୭।୭: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ବିଶପ ଜନସନ ବାଳିକା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପାରୁଲ ଶଲୋମନଙ୍କୁ ଶନିବାର ତାଙ୍କ କାର୍ଯ୍ୟାଳୟରୁ ବଳପୂର୍ବକ ହଟାଇ ଦିଆଯାଇଛି। ଗତ...

ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର

ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ।...

ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍‌ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ…

ନୂଆଦିଲ୍ଲୀ,୭ା୭: ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri