Categories: ଜାତୀୟ

ଆସାମରେ ବାଲ୍ୟ ବିବାହ ମାମାଲା, ୮୭୭୩ ଚାର୍ଜସିଟରୁ ୪୯୪ ଦୋଷୀ

ଗୁଆହାଟି,୧୪ ।୩: ଆସାମରେ ବାଲ୍ୟ ବିବାହ ଓ ପୋକ୍‌ସୋ ମାମଲାରେ ଚାର୍ଜସିଟ କରାଯାଇଥିବା ୮,୭୭ ଲୋକଙ୍କ ମଧ୍ୟରୁ ମାତ୍ର ୪୯୪ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ସୂଚନା ସୋମବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଦେଇଛନ୍ତି । ଆସାମ ବିଧାନସଭାରେ କଂଗ୍ରେସ ବିଧାୟକ ଅବଦୁର ରସିଦ ମଣ୍ଡଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସରମା କହିଛନ୍ତି, ୨୦୧୭ରୁ ଫେବୃୟାରୀ ୨୦୨୩ ମଧ୍ୟରେ ପ୍ରାୟ ୮୭୭୩ ଲୋକଙ୍କ ନାଁରେ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬(ପିସିଏମଏ) ଓ ଯୌନ ଅପରାଧରେ ଶିଶୁଙ୍କ ସଂରକ୍ଷଣ ଅଧିନିୟମ, ୨୦୧୨(ପୋକ୍‌ସୋ) ଆଧାରରେ ଅଭିଯୋଗ କରାଯାଇଛି । ଏଥିମଧ୍ୟରୁ ମୋଟ ୪୯୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୬,୧୭୪ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ୨୧ ବର୍ଷରୁ କମ ବୟସର ୧୩୪ ବାଳକ ଓ ୧୮ ବର୍ଷରୁ କମ ବୟସର ୨,୯୭୫ କନ୍ୟାଙ୍କ ବିବାହ ହୋଇଥିବା ଜଣାପଡିଛି । ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ସଂଖ୍ୟା ଉପରେ ପ୍ରତିକ୍ରିୟା ଦେଇ ଅବଦୁର ରାଶିଦ ମଣ୍ଡଳ କହିଛନ୍ତି, ଆସାମ ସରକାର ଏହି ଦୁଇଟି ଆଇନର ଦୂରୁପଯୋଗ କରି ଜନତାଙ୍କୁ ଆତଙ୍କିତ କରୁଛନ୍ତି ।

Share