ନିୟନ୍ତ୍ରଣରେ ରହୁନି ବସ୍‌, ଟ୍ରକ୍‌ର ବେଗ

ବ୍ରହ୍ମପୁର,୨୭ା୮(ସୁବାସ ଚନ୍ଦ୍ର ପାଢ଼ୀ)ଦ୍ରୁତ ଗାଡ଼ି ଚାଳନା କାରଣରୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହା ଉପରେ ରୋକ୍‌ ଲଗାଇବାକୁ ଯାତ୍ରୀ ଓ ମାଲ ପରିବହନ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ପିିଡ୍‌ ଗଭର୍ନାନ୍ସ ନ ଥିଲେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ମିଳିବ ନାହିଁ। ତେବେ ଏହା କେବଳ ନିୟମ ଭିତରେ ସୀମିତ ରହିଛି। କେବଳ ଫିଟନେସ୍‌ ସାର୍ଟିଫିକେଟ୍‌ ପାଇଁ ସ୍ପିଡ୍‌ ଗଭର୍ନାନ୍ସ ଲାଗୁଛି। ପରେ ଏହା କାମ କରୁଛି କି ନାହିଁ କେହି ଯାଞ୍ଚ କରୁନାହାନ୍ତି। ପୁଣି ଥରେ ଫିଟନେସ୍‌ ପଞ୍ଜୀକରଣ କରିବାକୁ ଆସିଲେ ଦରକାର ହେଉଛି ସିଡ୍‌ ଗଭର୍ନାନ୍ସ। ଗଞ୍ଜାମ ଜିଲାରେ ୫୭ହଜାର ଟ୍ରକ୍‌ (ଅନରୋଡ଼) ପଞ୍ଜୀକୃତ ଅଛନ୍ତି। ୪୯୮ ଯାତ୍ରୀ ପରିବହନ ବସ୍‌ (ଅନରୋଡ୍‌) ଅଛନ୍ତି। ସବୁ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ଲାଗିଥିବା ଆରଟିଓ ମାନସ ରଞ୍ଜନ ସାହୁ କହିଛନ୍ତି। ହେଲେ କେତେ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ କାମ କରୁଛି ଏବଂ କେତେ ଗାଡ଼ିରେ କାମ କରୁନି ତାହାର ତଥ୍ୟ ନ ଥିବା ସେ କହିଛନ୍ତି। ଓଭର ସ୍ପିଡ୍‌ ଗାଡ଼ି ଚଳାଇଲେ ମକଦ୍ଦମା ରୁଜୁ କରାଯାଉଛି। ପ୍ରତ୍ୟେକ ମାସରେ ୩୦ରୁ ୪୦ ଗାଡ଼ି ବିରୋଧରେ ମାମଲା କରାଯାଉଛି ବୋଲି ଆର୍‌ଟିଓ କହିଛନ୍ତି।
ଫିଟନେସ୍‌ ସାର୍ଟିଫିକେଟ୍‌ ନେବା ପରେ ଗାଡ଼ି ମାଲିକ ଓ ଡ୍ରାଇଭର୍‌ ମାନେ ସ୍ପିଡ୍‌ ଗଭର୍ନାନ୍ସକୁ ଗୁରୁତ୍ୱ ଦେଉନାହାନ୍ତି। ଯାହାଫଳରେ ଗାଡ଼ିର ବେଗ ନିୟନ୍ତ୍ରିତ ହୋଇପାରୁନି ଏବଂ ଦ୍ରୁତ ଗତି ଯୋଗୁ ଗାଡ଼ି ଦୁର୍ଘଟଣାଗସ୍ତ ହେଉଛି। ମିଳିଥିବା ସୂଚନା ପ୍ରକାରେ ଜିଲାରେ ଗତବର୍ଷ ଫିଟନେସ୍‌ ପାଇଁ ଆସିଥିବା ୬୩୦ଟି ଗାଡ଼ିର ସିଡ୍‌ ଗଭର୍ନାନ୍ସ ନ ଥିଲା। ତେଣୁ ଉକ୍ତ ଗାଡିଗୁଡିକର ଫିଟନେସକୁ ବାତିଲ କରାଯାଇଥିଲା। ଅନ୍ୟପକ୍ଷରେ ଗତବର୍ଷ ୪୩୪୫ ପୁରୁଣା ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ନୂଆରେ ଲଗାଯାଇଥିବା ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପରିବହନ ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ଗାଡ଼ିର ସ୍ପିଡ୍‌ ରହିବ। ସ୍ପିିଡ୍‌ ଗଭର୍ନାନ୍ସ ଲାଗିବା ଦ୍ୱାରା ଗାଡ଼ିର ବେଗ ନିୟନ୍ତ୍ରିତ କରାଯାଇପାରିବ। ଜିଲାର ବିଭିନ୍ନ ରୋଡ଼ ପାଇଁ ବେଗ ନିର୍ଦ୍ଧାରଣ କରାଯାଇଛି। ଏହା ଅନୁଯାୟୀ ଗାଡ଼ିର ସ୍ପିଡ୍‌ ରହିବ। କିନ୍ତୁ ଏହି ନିୟମକୁ କେହି ମାନୁନାହାନ୍ତି। ଦିଗପହଣ୍ଡି ମୌଳାଭଞ୍ଜା ଛକରେ ଗତ ଜୁନ ୨୫ ତାରିଖରେ ମିନିବସ୍‌ ସହ ଓଏସ୍‌ଆରଟିସି ବସ୍‌ର ଧକ୍କା ହୋଇଥିଲା। ଓଭରସ୍ପିଡ୍‌ କାରଣରୁ ଓଏସ୍‌ଆରଟିସି ବସ୍‌ ମିନିବସ୍‌ ଉପରେ ମାଡ଼ି ଯାଇଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ବୋଲି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍‌ କହିଛନ୍ତି। ସେହିପରି ଗୋପାଳପୁର ଥାନା ମାଣ୍ଡିଆପଲ୍ଲି ଛକରେ ୨୦୨୩ ଫେବୃଆରୀ ୧୫ତାରିଖରେ ରାତିରେ ବରଯାତ୍ରୀ ପ୍ରୋସେସନ୍‌ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୫ରୁ ଅଧିକ ଆହତ ହୋଇଥିଲେ। ତେଣୁ ସବୁ ଗାଡ଼ିରେ ସ୍ପିଡ ଗଭର୍ନାନ୍ସ କାମ କରୁଛି କି ନାହିଁ ନିଶ୍ଚିତ ଯାଞ୍ଚ ହେବା ଆବଶ୍ୟକ। ନଚେତ ଏଭଳି ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଚାଲିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

କଟକ,୨୪।୯: କଟକ ଜିଲା ବମ୍ଫକୁଦ ଗାଁ ନିକଟ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri