Categories: ଜାତୀୟ

ଡାକ୍ତରଙ୍କୁ ଝୁଣି ମାରିଦେଲେ

ଆଲିଗଡ଼, ୧୬ା୪: ଉତ୍ତରପ୍ରଦେଶର ଆଲିଗଡ଼ରେ ରବିବାର ଏକ ଅଘଟଣ ଘଟିଛି। ପ୍ରାତଃଭ୍ରମଣରେ ଯାଇଥିବା ଜଣେ ବୃଦ୍ଧଙ୍କୁ କେତେକ ବୁଲା କୁକୁର ଝୁଣି ମାରିଦେଇଛନ୍ତି। ଏହି ଆକ୍ରମଣ ସମୟର ଭିଡିଓ ସିସିଟିଭିରେ କଏଦ ହେବା ପରେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସିଭିଲ୍‌ ଲାଇନ୍‌ ଥାନା ଅଞ୍ଚଳରେ ଥିବା ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି(ଏଏମ୍‌ୟୁ) କ୍ୟାମ୍ପସ୍‌ ପରିସରରେ ସଫଦର ଅଲି (୬୫) ନାମକ ଜଣେ ଅବସରପ୍ରାପ୍ତ ଡାକ୍ତର ପ୍ରାତଃ ଭ୍ରମଣ କରୁଥିଲେ। ସେତିକିବେଳେ ୭ରୁ ୮ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିବା ଉକ୍ତ ଭିଡିଓରୁ ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଟିମ୍‌ ଡଗ୍‌ ସ୍କ୍ବାଡ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିବା ଜଣାପଡିଛି।

Share