Categories: ଜାତୀୟ

କେରଳରେ ବଢି ଚାଲିଛି ଆନ୍ଥ୍ରାକ୍ସ

ଥିରୁଭାନନ୍ତପୁରମ,୩୦ ।୬: କେରଳରେ କୋଭିଡ ୧୯ ପୁଣିଥରେ ବଢି ଚାଲିଥିବା ବେଳେ ଇତିମଧ୍ୟରେ ଆନ୍ଥ୍ରାକ୍ସ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । କେରଳର ଅଥିରାପିଲ୍ଲି ବନାଞ୍ଚଳରେ ଗତ କିଛିଦିନ ହେବ ଆନ୍ଥ୍ରାକ୍ସ କାରଣରୁ ଅଧିକାଂଶ ଜଙ୍ଗଲି ଘୁଷୁରିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ରାଜ୍ୟ ସରକାର ଏସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ କହିଛନ୍ତି ଅଥିରାପିଲ୍ଲି ବନାଞ୍ଚଳରେ ଜଙ୍ଗଲି ଘୁଷୁରିଙ୍କ ନିକଟରେ ଆନ୍ଥ୍ରାକ୍ସ ଥିବା ଜଣାପଡିଛି । ଏଠାରେ ଜଙ୍ଗଲି ଘୁଷୁରିଙ୍କର ସାମୁହିକ ମୃତ୍ୟୁ ହୋଇଛି । ଏହାପରେ ସ୍ୱାସ୍ଥ୍ୟ ବିଭାଗ, ପଶୁ ପାଳନ ବିଭାଗ ଓ ବନ ବିଭାଗ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି । ଏଥିପାଇଁ ଘୁଷୁରିଙ୍କ ନମୁନା ପରୀକ୍ଷଣ କରାଯାଇଛି ।
ଜର୍ଜ କହିଛନ୍ତି ଏହା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସାଧାରଣତଃ ମାଟିରେ ପ୍ରାକୃତିକ ଭାବେ ଦେଖାଯାଉଥିବା ବ୍ୟାକ୍ଟେରିଆ ଓ ସାଧାରଣ ଭାବେ ଗୃହପାଳିତ ଓ ଜଙ୍ଗଲି ଜନ୍ତୁଙ୍କ ସଂସ୍ପର୍ଶକରେ ଆସିଲେ ଏହା ବ୍ୟାପିଥାଏ । ତେଣୁ ଯେଉଁମାନେ ଜଙ୍ଗଲି ଘଉଷୁରିଙ୍କୁ ବାହାର କରି ପୋତି ଦେଉଛନ୍ତି ସେମାନଙ୍କ ଉପରେ ବିଶେଷ ଦୃଷ୍ଟି ରଖାଯାଇଛି । ସେଥିପାଇଁ ସେମାନଙ୍କୁ ଆବଶ୍ୟକ ନିବାରକ ଉପଚାର ବି ଦିଆଯାଉଛି । ଏହାସହ ଯେଉଁଠି ଜନ୍ତୁମାନେ ଆନ୍ଥ୍ରାକ୍ସରେ ମରି ଯାଉଛନ୍ତି ଯେଠାକୁ ଯିବାକୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି ।

Share