ତୃତୀୟ ବିଶ୍ୱଯୁଦ୍ଧ କ୍ରିମିୟା ଉପରେ ଅତିକ୍ରମଣ ଉଦ୍ୟମରୁ ହେବ ଆରମ୍ଭ, ବେଲାରୁଷ୍‌ ଦେଲା ଚେତାବନୀ…

ମିନସ୍କ, ୨୮।୬ : ରୁଷିଆ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କ୍ରିମିୟାକୁ ନେଇ ରୁଷିଆ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଓ୍ବେଦଓ୍ବେ କହିଛନ୍ତି ଯେ କ୍ରିମିୟା ପ୍ରାୟଦ୍ୱୀପ ଅଞ୍ଚଳରେ ଯେକୌଣସି ଅତିକ୍ରମଣ ରୁଷିଆ ବିରୋଧରେ ଘୋଷଣା ହେବ। ଯାହା ଦ୍ୱାରା ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ରହିଛି।

ଦିମିତ୍ରୀ କହିଛନ୍ତି ଯେ କ୍ରିମିୟା ରୁଷିଆର ଏକ ଅଂଶ ବିଶେଷ। ଏହା ଉପରେ ଅତିକ୍ରମଣ କରିବା ଉଦ୍ୟମ ରୁଷିଆ ବିରୋଧରେ ଯୁଦ୍ଧର ଘୋଷଣା ସଦୃଶ। ସେ କହିଛନ୍ତି ଯଦି ନାଟୋ ସହଯୋଗୀ ଦଳ କ୍ରିମିୟା ଅତିକ୍ରମଣ କରିବାକୁ ଚେଷ୍ଟା କରନ୍ତି ତେବେ ଏହା ଯୋଗୁ ତୃତୀୟ ବିଶ୍ୱଯୁଦ୍ଧର ନିଶ୍ଚିତ ଆରମ୍ଭ ହେବ। ଦିମିତ୍ରୀ ବର୍ତ୍ତମାନ ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି ଯେ ଯଦି ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ଭଳି ଦେଶ ନାଟୋରେ ଯୋଗ ଦିଅନ୍ତି, ତେବେ ରୁଷିଆର ଏହାର ସୀମାକୁ ଅଧିକ ସୁଦୃଢ଼ କରିବ ଏବଂ ଉପଯୁକ୍ତ ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିବ । ଏପରିହେଲେ ରୁଷିଆ ଏହାର ସୀମାରେ ଇସ୍କନ୍ଦର ହାଇପରସୋନିକ କ୍ଷେପଣାସ୍ତ୍ର ସ୍ଥାପନ କରିବ।

Share