ବିବାହର ୨୩ ଦିନ ପୂର୍ବରୁ ବ୍ୟାଚଲର ପାର୍ଟି କଲେ ଅଭିନେତ୍ରୀ କାଜଲ: ଭଉଣୀ ଶେୟାର କଲେ ଫଟୋ

ବଲିଉଡ୍‌ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ତାଙ୍କ ବିବାହକୁ ଆଉ ମାତ୍ର ୨୩ ଦିନ ବାକି ରହିଲା। ଏହାରି ମଧ୍ୟରେ ତାଙ୍କର ବ୍ୟାଚଲର ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ କାଜଲଙ୍କ ଭଉଣୀ ନିଶା ଅଗ୍ରଓ୍ବାଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତିି। ଫଟୋରେ କାଜଲଙ୍କୁ ଭଉଣୀ ନିଶାଙ୍କ ସମେତ ନିକଟତର କେତେଜଣ ବନ୍ଧୁଙ୍କ ସହ ଦେଖିବାକୁ ମିଳୁଛି। କାଜଲ କଳା ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Share