ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ, ତଦନ୍ତ ପାଇଁ ଆଶ୍ୱାସନା ଦେଲେ ବାଇଡେନ ପ୍ରଶାସନ

ଓ୍ବାଶିଂଟନ୍‌,୧୪।୯: ଚଳିତ ବର୍ଷ ଜାନୁୟାରୀରେ ସିଆଟେଲରେ ପୋଲିସ ଗାଡି ସହ ମୁହାଁମୁହିଁ ଧକ୍କା ହେବା ପରେ ଭାରତୀୟ ଛାତ୍ରୀ ଜାନଭୀ କଣ୍ଡୁଲାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତୁରନ୍ତ ତଦନ୍ତ କରାଯିବା ସହ ଏଥିପାଇଁ ଦାୟୀ ପୋଲିସ ଅଧିକାରୀଙ୍କୁ ଦଣ୍ଡ ମିଳିବ ବୋଲି ବାଇଡେନ ପ୍ରଶାସନ ଭାରତ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି।

ଭାରତୀୟ ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସନ୍ଧୁ ୱାଶିଂଟନ୍‌ର ସର୍ବୋଚ୍ଚ ସ୍ତରରେ ଏହି ପ୍ରସଙ୍ଗକୁ ଦୃଢ ଭାବରେ ଉଠାଇଛନ୍ତି ଏବଂ କଣ୍ଡୁଲାଙ୍କ ହତ୍ୟା ତଥା ୱାଶିଂଟନ୍‌ ରାଜ୍ୟର ସିଆଟେଲରେ ପୋଲିସ ଅଧିକାରୀଙ୍କ ଅତ୍ୟଧିକ ଅସମ୍ବେଦନଶୀଳ ଆଚରଣ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

 

Share