ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି ବାହାର ନେତା, ଜବାବ ଦେବେ ଓଡ଼ିଶାବାସୀ: ନବୀନ

ଭୁବନେଶ୍ୱର,୨୯।୫: ପୁଣି ଏକ ଭିଡିଓ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ‘ବିରୋଧୀ ନେତା ମୋତେ ଅଶାଳୀନ ବ୍ୟବହାର କରୁଛନ୍ତି। ଯାହା ମାତେ କଷ୍ଟ ଦେଇଛି।’ ନବୀନ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି ଆହୁରି କହିଛନ୍ତି, ‘ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ଜିଜ ପରିବାର ଭାବି ସେବା କରିଆସୁଛି । ସୁଖଦୁଖରେ ମୁଁ ସବୁବେଳେ ସେମାନଙ୍କ ସହ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା-ବାତ୍ୟା ହେଉ, ସବୁଥିରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଶେଷ ଯାଏଁ ଛିଡା ହୋଇଥିବି’ ।

‘ମିଶନ ଶକ୍ତି ମା’ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ସେହିଭଳି ଆମ ରାଜ୍ୟର ଯୁବପିଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଓଡିିଶାକୁ ନମ୍ବର ୱାନ କରିବେ । ହେଲେ ଦୁଃଖର କଥା ବାହାର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଟ୍ୟାଗ କରୁଛନ୍ତି କଟୁକଥା କହୁଛନ୍ତି। ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ଆପଣମାନେ ଭଲଭାବେ ଜାଣିଛନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କଟୁକଥା କହେନାହିଁ ।
ତେଣୁ ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ଉପରେ ରହିଛି ଓ ରହିବ’ ବୋଲି ନବୀନ କହିଛନ୍ତି।

Share