ନବଜାତ ଶିଶୁର ପେଟ ବାହାରେ ପାକସ୍ଥଳୀ

ବରଗଡ଼ ଅଫିସ,୧୯।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଏକ ଅଦ୍ଭୁତ ଶିଶୁପୁତ୍ର ଜନ୍ମ ନେଇଛି। ଶିଶୁପୁତ୍ରର ପେଟ ବାହାରେ ପାକସ୍ଥଳୀ ରହିଥିବା ଜଣାପଡ଼ିଛି। ଶିଶୁକୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶିଶୁପୁତ୍ରର ଓଜନ ୨କି.ଗ୍ରା ଥିବାବେଳେ ସେ କନ୍ଦା କଟା ମଧ୍ୟ କରୁଛି। ଏଭଳି ଏକ ଶିଶୁ ଜନ୍ମ ନେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share