ପୁରୀ ଅଫିସ,୭।୭: ବୁଧବାରଠାରୁ ପୁରୀ ସ୍ବର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଲାଗିଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି। ତଦନୁଯାୟୀ, ଜିଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ସତ୍କାର କରାଯିବ ନାହିଁ। ସ୍ଥିତିରେ ସୁଧାର ନ ଆସିବା ଯାଏ ଏହି କଟକଣା ଲାଗୁ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।