ଭୁବନେଶ୍ୱର,୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସରକାରୀ ଅଫିସକୁ ବାହାର ଅଞ୍ଚଳ ଲୋକ ଆସିପାରିବେ ନାହିଁ। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ରାଜଧାନୀ ଆସିବା ମନା। କୋଭିଡ-୧୯ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି ବୋଲି ସୂଚନା ମିଳିଛି।