ଗର୍ଜିଲେ ଆଉଟସୋର୍ସିଂ ନର୍ସିଂ କର୍ମଚାରୀ: ଛଟେଇ ନ କରିବାକୁ ଉଠିଲା ଦାବି

ଛତ୍ରପୁର, ୧୦।୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ନର୍ସିଂ (ଜିଏନଏମ ଓ ଏଏନଏମ) କର୍ମଚାରୀଙ୍କ ଛଟେଇ ସମ୍ବନ୍ଧରେ ବିଚାର କରି ପୁନଃନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଦାବି ହୋଇଛି। ମଙ୍ଗଳବାର ଏନେଇ ଜ଼ିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଆସନ୍ତା ମାସକ ପାଇଁ ହିଁ ନିଯୁକ୍ତି ଦିଆଯିବ ଏବଂ ତା’ପରେ ଛଟେଇ କରି ଦିଆଯିବ ଏବଂ ଆମ ସ୍ଥାନରେ ନିୟମିତ ଭାବେ ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ବୋଲି ନିଯୁକ୍ତିଦାତା ଏଜେନ୍ତି ଠାରୁ ଏମାନଙ୍କୁ ସୂଚନା ମିଳିଛି। ଏହାକୁ ସଙ୍ଘ ପକ୍ଷରୁ ବିରୋଧ ହୋଇଛି।

ଦାବି ଗୁଡିକ ମଧ୍ୟରେ ଛଟେଇ ନିର୍ଦ୍ଦେଶନାମାକୁ ବାତିଲ କରି ସମସ୍ତ ଛଟେଇ ଜିଏନଏମ ଓ ଏଏନଏମ କର୍ମଚାରୀଙ୍କୁ ପୁନଃଅବସ୍ଥାପିତ କରାଯିବା ପାଇଁ ଏଜେନ୍ସିର ଟେଣ୍ଡରକୁ ଦୀର୍ଘମିଆଦୀ କରିବା, ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାର କରିଷ୍ଠତା ଓ ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଚୟନ କରିବା, ଡିଏମଏଫ ପାଣ୍ଠିର ଅଭାବ ଦର୍ଶାଲ ଛଟେଇ କରିବା ବଦଳରେ ସ୍ବାସ୍ଥ୍ୟ ବିଭାଗର ଅର୍ଥରେ ଖାଲି ଥିବା ପଦବୀରେ ନିଯୁକ୍ତି, ସରକାରଙ୍କ ଦାରା ଘୋଷିତ ୫ ବର୍ଷର ଅଭିଜ୍ଞତା ଭିତିକ ଦରମା ବୃଦ୍ଧି, ମାତୃଳାଳୀନ ଛୁଟି ଓ ବାର୍ଷିକ ୧୨ଟା ଛୁଟିକୁ ମଞ୍ଜୁର କରିବା, ଏଜେନ୍ସି ଦ୍ବାରା ଇପିଏଫ ଇଏସଆଇ ବାବଦ ସମସ୍ତ ଅର୍ଥର ପଇଠ ସହ ମାସର ପ୍ରଥମ ସପ୍ତାହ ସୁଦ୍ଧା ଦରମା ପ୍ରଦାନ କରାଯିବାର ବ୍ୟବସ୍ଥା ଆଦି ଦାବି ରହିଛି।