ବଲାଙ୍ଗୀର,୩ା୭(ସୁନୀଲ ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଆଉଟ୍ସୋର୍ସିଂ କର୍ମଚାରୀମାନେ ୬ ମାସ ହେଲା ଦରମା ପାଇନାହାନ୍ତି। ଫଳରେ ଆଉଟ୍ସୋର୍ସିଂ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଆଉଟ୍ସୋର୍ସିଂ କର୍ମଚାରୀମାନେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିପିଟାଲରେ କାର୍ଯ୍ୟ ବନ୍ଦ କରିଛନ୍ତି। ଆଉଟ୍ସୋର୍ସିଂ କର୍ମଚାରୀମାନେ ପ୍ରତିଦିନ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ମଧ୍ୟ ସେମାନଙ୍କୁ ଠିକଣା ସମୟରେ ଦରମା ମିଳୁନାହିଁ। ଏନେଇ ବାରମ୍ବାର ଅଭିଯୋଗ କରୁଛନ୍ତି। ତାଙ୍କ କଥା କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କର ଦରମା ବାବଦରେ ଉପଯୁକ୍ତ ଅଧିକାରୀଙ୍କୁ ଜଣାଯାଇଛି ବୋଲି କହିଛନ୍ତି।
Posted inଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ