
ପଟ୍ଟାଙ୍ଗି,୧୭।୩(ଶରତ କୁମାର ଧଳ): କୋରାପୁଟ ଜିଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜର ତିନି ଦଫା ଦାବି ଉଠାଇ କଳାବ୍ୟାଜ ପିନ୍ଧି ନିଜର କାର୍ଯ୍ୟ ଜାରି ରଖିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ରହିଥିବା ବିଭିନ୍ନ ସରକାରୀ ବିଭାଗ କ୍ଷେତ୍ରରେ ।
ସୂଚନା ମୁତାବକ ଉକ୍ତ ଆଉଟସୋର୍ସିଂ କର୍ମଚାରୀ ଜିଲାର ୪୨ଟି ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିଲେ ମଧ୍ୟ ସେମାନଙ୍କୁ ଚାକିରିରେ ନିୟମିତ କରା ଯାଇ ନ ଥିବା ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ସମାନ କାମକୁ ସମାନ ଦରମା ପ୍ରମୁଖ ତିନୋଟି ଦାବି ଉଠାଇ ଆନ୍ଦୋଳନକୁ ଓହ୍ଲାଇ ନିଜର ଦାୟିତ୍ୱ ତୁଲାଇବାରେ ପଛାଇ ନାହାଁନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ। ବ୍ଲକ ମଙ୍ଗଳ ସମ୍ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଥିବା ଜିଲାସଭାପତି ସନ୍ତୋଷ କୁମାର ଚୌଉଧିରିଙ୍କ ସମେତ ଆସିଡିଏସ୍,ଏମଜିଏନଆରଇଜିଏସ୍, ବ୍ଲକ ସାମାଜିକ ସୁରକ୍ଷା ପ୍ରମୁଖ ବିଭାଗ ମାନଙ୍କରେ କାର୍ଯ୍ୟରତ ଉକ୍ତ ୧୦ଜଣ କର୍ମଚାରୀ କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟରେ ଯୋଗ ଦାନ ଦେଇଛନ୍ତି। ସେପଟେ ଏହିପରି ୦୫ ଦିନ ଯଥା ୨୧ ତାରିଖ ପର୍ଯ୍ୟନ୍ତ ଏହିପରି କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟ ତୁଲାଇବା ପାଇଁ ନିସ୍ପତ୍ତି ଗ୍ରହଣ କରା ଯାଇଥିବା ବେଳେ ସରକାର ତିନି ଦଫା ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ୨୬ ତାରିଖଠୁ ଭୁବନେଶ୍ୱର
ସ୍ଥିତ ଲୋୟାର୍ ପିଏମଜି ଛକରେ ହେବାକୁ ଥିବା ଅର୍ନିଦ୍ଦିଷ୍ଟ କାଳ ଧାରଣା କାର୍ଯ୍ୟକ୍ରମ ୟରେ ସାମିଲ ହୋଇ ନିଜର ଦାବି ଉପସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ।