ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ୱର, ୩୦।୭: (ଅଭୟ ଦାଶ): ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ କାରବାର କରୁଥିବା ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଭୁବନେଶ୍ୱରଠାରେ ସରକାରୀ ଇ ମାର୍କେଟ ପ୍ଲେସ୍‌ ବା ଜିଇଏମ୍‌ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଇଏମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ
କୁମାର ସିଂ, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ
ମିଶ୍ର, ଓଡ଼ିଶା ରାଜ୍ୟ ଚିକିତ୍ସା ନିଗମ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓଡ଼ିଶା ପୋଲିସ ମହାନିରୀକ୍ଷକ (ବ୍ୟବସ୍ଥା) ୱାଇ.କୋୟଲ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏଥିସହ ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଦକ୍ଷତା ବିକାଶ ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଉତ୍କଳ ଚାମ୍ବର ଅଫ୍‌ କମର୍ସର ସଚିବ, ଡବ୍ଲ୍ୟୁଟିସିର ପ୍ରତିନିଧି, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓଏସ୍‌ଏସ୍‌ଆଇଏ)ର ସଭାପତିଙ୍କ ଉପସ୍ଥିତିରେ ଜିଇଏମ୍‌ ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଉକ୍ତ ବୁଝାମଣାପତ୍ର ଦ୍ୱାରା ଘରୋଇ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ସହ ଓଡ଼ିଶାରେ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ। କାର୍ଯ୍ୟକ୍ରମକୁ ସମ୍ବୋଧିତକରି ଜିଇଏମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ, ଜିଇଏମ୍‌ ପୋର୍ଟାଲ ସ୍ବଚ୍ଛତା, ଦକ୍ଷତା ଓ ସମାବେଶିତା ସୁନିଶ୍ଚିତ କରୁଛି। ଏପରିକି ବିକ୍ରେତା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରିବା ପାଇଁ ପ୍ରୟାସ କରାଯାଇଛି। ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ସଫଳତାକୁ ସେ ପ୍ରଶଂସା କରିଥିଲେ ଏବଂ ଜିଇଏମ୍‌କୁ ଏକ ପସନ୍ଦଯୋଗ୍ୟ ସରକାରୀ କ୍ରୟ ପୋର୍ଟାଲରେ ପରିଣତ କରିବା ଲାଗି ଅର୍ଥ ବିଭାଗ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାରୀ ବିଭାଗର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ଏମ୍‌ଏସ୍‌ଏମ୍‌ଇ ସଚିବ ଶାଶ୍ୱତ ଜୋଷୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଇଏମ୍‌ ପୋର୍ଟାଲ ଜରିଆରେ ଓଡ଼ିଶା ସରକାର, କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ଠାରୁ ଓଡ଼ିଶାରୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ମିଳୁଥିବା ବ୍ୟବସାୟିକ ସୁଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଇଏମ୍‌ ପୋର୍ଟାଲରେ ପଞ୍ଜୀକରଣ କରିବା ଏବଂ ଏଥିରେ ପ୍ରକାଶ ପାଉଥିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ସେ ଓଡ଼ିଶାରେ କାରବାର କରୁଥିବା ବିକ୍ରେତା ଓ ସେବା ପ୍ରଦାନକାରୀଙ୍କୁ ଆହ୍ବାନ କରିଥିଲେ। ସରକାରୀ କ୍ରୟ ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ଅନ୍‌ଲାଇନ କ୍ରୟ ସମାଧାନ ଯୋଗାଇଦେବା, ବ୍ୟବସ୍ଥାକୁ ସରଳ କରିବା ଓ ସ୍ବଚ୍ଛତା ଆଣିବା କ୍ଷେତ୍ରରେ ଜିଇଏମ୍‌ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଜିଇଏମ୍‌ ପୋର୍ଟାଲ ପ୍ରତି ନିରନ୍ତର ସମର୍ଥନ ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସ୍ବାସ୍ଥ୍ୟ ବିଭାଗ (ଏନ୍‌ଏଚ୍‌ଏମ୍‌ ଏବଂ ଓଏସ୍‌ଏମ୍‌ସିଏଲ୍‌), ଓଡ଼ିଶା ପୋଲିସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଓକାକ୍‌) ଏବଂ ଦକ୍ଷତା ବିକାଶ ବିଭାଗକୁ ଜିଇଏମ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧିକ ଅର୍ଡର ମୂଲ୍ୟ, ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ଭଳି ବିଭିନ୍ନ ବର୍ଗରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସମ୍ମାନିତ କରାଯାଇଥିଲା।
ଉକ୍ତ ସମ୍ମିଳନୀରେ ଶତାଧିକ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମାଗଣାରେ ଜିଇଏମ୍‌ ପୋର୍ଟାଲରେ ପଞ୍ଜୀକରଣ କରିଥିଲେ। ଓଡ଼ିଶାରେ ଜିଇଏମ୍‌ ପାଇଁ ବ୍ୟବସାୟ ସୁବିଧା ପ୍ରଦାନକାରୀ ସୁଧାଂଶୁ ପ୍ରଧାନ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରଶିକ୍ଷଣ ଦେଇଥିଲେ। ଜିଇଏମ୍‌ ପୋର୍ଟାଲରେ କିପରି ସେମାନଙ୍କ ସାମଗ୍ରୀ ଓ ସେବା ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ। ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ କ୍ରୟ ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଦିଗରେ ଭୁବନେଶ୍ୱରରେ ଆୟୋଜିତ ଜିଇଏମ୍‌ ସମ୍ମିଳନୀ ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…

ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା...

ରାଜଧାନୀରେ ଚାଞ୍ଚଲ୍ୟ, ସେଲୁନ୍‌ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

ଭୁବନେଶ୍ୱର,୧୯।୧୦: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାରନାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିଲା ସେକ୍ସ ରାକେଟର...

ଆସିଲା ଆଲର୍ଟ, ସୃଷ୍ଟି ହେଲା ବଡ଼ ଘୂର୍ଣ୍ଣିବଳୟ, ଏହି ଜିଲାରେ…

ଭୁବନେଶ୍ୱର,୧୯।୧୦: ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ...

ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ଦେଲେ ଖୋଲା ବୟାନ, କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ ଥିବା ବଜେଡିର ବରିଷ୍ଠ...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୧୦: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି...

‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି...

ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ, ଏବେ ପଦ୍ମନାଭ କହିଲେ କାହିଁକି…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri