Categories: ବାଣିଜ୍ୟ

‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’

ଭୁବନେଶ୍ୱର,୨୧।୧୧: ରାଜ୍ୟର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ରୁଚି ଫୁଡ଼୍‌ଲାଇନ୍‌ର ସହଯୋଗୀ ସଂସ୍ଥା (କମ୍ପାନୀ) ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ନିକଟରେ ଏକ ଆନ୍ତର୍ଜାତିକ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ସ୍ପେନର ରାଜଧାନୀ ମାଦ୍ରିଦ୍‌ଠାରେ ଆୟୋଜିତ ‘ଆନ୍ତର୍ଜାତିକ ମହିଳା ଔଦ୍ୟୋଗିକ ଚ୍ୟାଲେଞ୍ଜ’ (ଆଇଡବ୍ଲ୍ୟୁଇସି)ର ୧୫ତମ ବିଶ୍ୱ ସମ୍ମିଳନୀରେ ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ରଶ୍ମିଙ୍କୁ ‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’ ପ୍ରଦାନ କରାଯାଇଛି।

ସେହିଭଳି ଆଇଡବ୍ଲ୍ୟୁଇସିର ଅଧ୍ୟକ୍ଷା ଇବୁକୁନ ଆୱାସିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ସ୍ପାନିସ୍‌ ଚାମ୍ବର ଅଫ୍‌ କମର୍ସର ନିର୍ଦ୍ଦେଶିକା ମାରିଆ ତୋସ୍କା, ବ୍ଲୁମବର୍ଗର ବ୍ୟୁରୋଚିଫ୍‌ ରୋଡ଼୍ରିଗୋ ଓରିହୁଏଲା, ମାଦ୍ରିଦ୍‌ ମେଟ୍ରୋପଲିଟାନ୍‌ ବ୍ୟାଙ୍କର ନିର୍ଦ୍ଦେଶିକା ମାର୍‌ ସାନ୍‌ତାନା ଓ ବାର୍ସିଲୋନା ଚାମ୍ବର ଅଫ କମର୍ସର ଉପାଧ୍ୟକ୍ଷା ରୋଜେର ସ୍କାଲାବାର୍ଡ଼ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ରଶ୍ମିଙ୍କୁ ପୁରସ୍କୃତ କରିଥିଲେ। ସେହିପରି ବିଗତ ୨୦ବର୍ଷ ମଧ୍ୟରେ ରଶ୍ମି ୧୫ରୁ ଊର୍ଦ୍ଧ୍ୱ ଦେଶରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଓ ଫୁଡ଼୍‌ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛନ୍ତି।

Share