Categories: ଖେଳ

୧ ନିୟୁତରୁ ଅଧିକ ଟିକେଟ ବିକ୍ରି

ସିଡ୍‌ନୀ,୧୦ା୬(ଏପି): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁଥିବା ଫୁଟବଲ୍‌ ବିଶ୍ୱକପ୍‌ ଲାଗି ଇତିମଧ୍ୟରେ ୧ ନିୟୁତରୁ ଅଧିକ ଟିକେଟ ବିକ୍ରି ସରିଲାଣି, ଯାହାକି ଏହି ମହିଳା ସ୍ପୋର୍ଟିଂ ଇଭେଣ୍ଟରେ ସର୍ବାଧିକ। ଫୁଟ୍‌ବଲର ଅନ୍ତର୍ଜାତୀୟ ପରିଚାଳନା ପରିଷଦ ଫିଫାର ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କ କହିବା ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ୧୦,୩୨,୮୮୪ ଟିକେଟ ବିକ୍ରି ସରିଛି। ଫ୍ରାନ୍ସରେ ୨୦୧୯ ସଂସ୍କରଣରେ ଟୁର୍ନାମେଣ୍ଟ ପୂର୍ବରୁ ଟିକେଟ ବିିକ୍ରି ସଂଖ୍ୟାଠାରୁ ଏହା ଅଧିକ।

Share