Categories: ଜାତୀୟ

ପୋଷ୍ଟାଲ ପାର୍ସଲରୁ ମିଳିଲା ୧୦୦ରୁ ଅଧିକ ସ୍ପାଇଡର

ନୂଆଦିଲ୍ଲୀ,୨।୭: ପୋଲାଣ୍ଡରୁ ଆସିଥିବା ଏକ ପୋଷ୍ଟାଲ ପାର୍ସଲରୁ ଚେନ୍ନାଇ ବିମାନ ବନ୍ଦରର କଷ୍ଟମ ଅଧିକାରୀଙ୍କୁ ମିଳିଛି ୧୦୭ଟି ଜୀବନ୍ତ ସ୍ପାଇଡର। ଏକ ବିବୃତିରେ କୁହାଯାଇଛି, ପାର୍ସଲରେ ତାମିଲନାଡୁର ଅରୁପୁକୋଟାଇଙ୍କ ଠିକଣା ରହିଛି। ପାର୍ସଲ ଖୋଲାଯିବା ପରେ ଏକ ଥର୍ମୋକଲ ବକ୍ସ ମିଳିଥିଲା। ସେଥିରେ ୧୦୭ଟି ଛୋଟ ପ୍ଲାଷ୍ଟିକ ଭାୟାଲକୁ ସିଲଭର ଫଏଲ ଓ କଟନରେ ଘୋଢ଼ାଇ ରଖାଯାଇଥିଲା। ତାହାକୁ ଯାଞ୍ଚ କରିବା ପରେ ଜୀବନ୍ତ ସ୍ପାଇଡର ଉଦ୍ଧାର ହୋଇଛନ୍ତି।

ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲ୍ୟୁସିସିବି) ଓ ଦେଶର ଜୁଲୋଜିକାଲ ସର୍ଭେ(ଏସ୍‌ଆରସି)ଙ୍କୁ ସ୍ପାଇଡରଙ୍କ ପ୍ରଜାତି ଚିହ୍ନଟ କରିବା ପାଇଁ ଡକା ଯାଇଥିଲା। ଫୋନୋପେଲମା ଓ ବ୍ରାଚିପେଲମା ପ୍ରଜାତିର ସ୍ପାଇଡର ବୋଲି ସେମାନେ ସନ୍ଦେହ କରୁଛନ୍ତି। ଏହି ପ୍ରଜାତିର ସ୍ପାଇଡର ଦକ୍ଷିଣ ଓ ମଧ୍ୟ ଆମେରିକା ଏବଂ ମେକ୍ସିକୋରେ ମିଳନ୍ତି। ତେବେ ପ୍ରାଣୀ କ୍ୱାରେଣ୍ଟିନ ଅଧିକାରୀଙ୍କ ମତରେ ସ୍ପାଇଡର ଭର୍ତ୍ତି ପାର୍ସଲ ଭାରତକୁ ଅଣାଯିବା ବେଆଇନ ନୁହେଁ।

କଷ୍ଟମ ଆଇନ ୧୯୬୨ ଅଧୀନରେ ସ୍ପାଇଡରଙ୍କୁ ଜବତ କରାଯାଇ ପୋଷ୍ଟାଲ ଅଧିକାରୀଙ୍କୁ ପୋଲାଣ୍ଡ ଫେରାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share