Categories: ଜାତୀୟ

ଖାନ ମାର୍କେଟରୁ ଜବତ ହେଲା ୧୦୦ରୁ ଅଧିକ କନସେନଟ୍ରେଟର୍ସ

ନୂଆଦିଲ୍ଲୀ,୭।୫: ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା କନସେନଟ୍ରେଟର୍ସର କଳାବଜାର ହେଉଛି। ଦିଲ୍ଲୀର ଜଣାଶୁଣା ଖାନ ମାର୍କେଟର ଦୁଇଟି ଦୋକାନରୁ ଶୁକ୍ରବାର ୧୦୦ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର୍ସ ଜବତ କରିଛି ଦିଲ୍ଲୀ ପୋଲିସ।

ପୋଲିସ ଅନୁଯାୟୀ, ଟେଷ୍ଟି କବାବ ପାଇଁ ଜଣାଶୁଣା ଖାନ ଚାଚା ରେଷ୍ଟୁରାଣ୍ଟରୁ ୯୬ଟି ଓ ଏସିଆନ ଖାଦ୍ୟ ପାଇଁ ଫେମଶ ଟାଉନ ହଲ ରେଷ୍ଟୁରାଣ୍ଟରୁ ୯ଟି କନସେନଟ୍ରେଟର୍ସ ଜବତ କରାଯାଇଛି। ଏଗୁଡ଼ିକୁ ବ୍ଲାକ ମାର୍କେଟରେ ବିକ୍ରି କରାଯାଉଥିଲା। ଉଭୟ ରେଷ୍ଟୁରାଣ୍ଟ ମାଲିକ ନବନୀତ କାଲରା। କେବଳ ଦକ୍ଷିଣ ଦିଲ୍ଲୀରେ ଏପର୍ଯ୍ୟନ୍ତ ଉଦ୍ଧାର ହେଲାଣି ୫୨୪ ଅକ୍ସିଜେନ କନସେନଟ୍ରେଟର୍ସ। ଆମେ ଶୀଘ୍ର କାଲରାଙ୍କୁ ପଚରାଉଚୁରା କରିବୁ ବୋଲି ଡିସିପି ଅତୁଲ ଠାକୁର କହିଛନ୍ତି।

Share